ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର

0

ଜମ୍ମୁ କଶ୍ମୀର: ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର। ଶୁକ୍ରବାର ରାତି ୯.୦୬ରେ କଶ୍ମୀରର ବାରାମୂଳାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଆକଳନ କରାଯାଇଛି। ଏଯାବତ ଭୂକମ୍ପକୁ ନେଇ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ଅପରପକ୍ଷେ ଘାଟିରେ ପ୍ରବଳ ତୂଷାରପାତ ହେଉଛି। କୁଲଗାମର ରାସ୍ତା ବରଫରେ ଆଚ୍ଛାଦିତ ହୋଇଛି। ଜାତୀୟ ରାଜପଥ ୪୪ ଉପରୁ ବରଫକୁ ହଟାଇବାର କାମ ଚାଲିଛି। କଶ୍ମୀର ସହ ଜମ୍ମୁ ଅଞ୍ଚଳରେ ମଧ୍ୟ ତୁଷାରପାତ ହେଉଛି।

କହିରଖୁଛୁ ଯେ, ବର୍ତ୍ତମାନ ସମଗ୍ର କଶ୍ମୀରରେ ଶୀତ ଲହର ଚାଲିଛି। ତାପମାତ୍ରା ହ୍ରାସ ଯୋଗୁ ପାଇପଲାଇନ୍‌ରେ ପାଣି ଜମି ଯାଇଛି। ଡାଲ ହ୍ରଦ ସମେତ ଅନେକ ଜଳଭଣ୍ଡାରର ପାଣି ଜମିଛି। ଗୁରୁବାର ରାତିରେ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ରାତିରେ -୭.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଏହାପୂର୍ବରୁ ବୁଧବାର ରାତିରେ ତାପମାତ୍ରା ୦ରୁ ୭ ଡିଗ୍ରୀ ସେଲସିୟସ ତଳେ ରହିଥିଲା।

Leave A Reply

Your email address will not be published.