ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲୋକସେବା ଭବନରେ ସାମ୍ବାଦିକଙ୍କୁ ମିଳିଲା ପ୍ରବେଶ ଅନୁମତି

0

ଭୁବନେଶ୍ବର: ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା। ଏଣିକି ସାମ୍ବାଦିକଙ୍କୁ ମିଳିଲା ଅନୁମତି, ଯାଇପାରିବେ ଲୋକସେବା ଭବନ। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଟିଭି ଓ ଖବର କାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ମିଳିଛି।ଏଥିପାଇଁ ନୂଆ ସରକାର ଗ୍ରୀନ୍‌ ସିଗନାଲ ଦେଇଥିବା ବେଳେ ଖୁବ୍‌ ଶୀଘ୍ର ଏହା ଲାଗୁ ହେବ।

ପୂର୍ବ ସରକାର କୋଭିଡ୍‌ ଆଳ ଦେଖାଇ ଲୋକସେବା ଭବନ ଭିତରକୁ ସାମ୍ବାଦିକଙ୍କୁ ଯିବାକୁ ବାରଣ କରିଥିଲେ। କୋଭିଡ କଟକଣା ଉଠିଲା, ମାତ୍ର ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଇ ନଥିଲେ ବପୂର୍ବ ସରକାର। ବର୍ତ୍ତମାନ ଭାଜପା ସରକାର ପ୍ରଥମ ଥର ଓ ଶାସନ କ୍ଷମତାକୁ ଆସିବା ପରେ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଇଛନ୍ତି। ଏ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗତ ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ସ୍ବୀକୃତିପ୍ରାପ୍ତ ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି।

Leave A Reply

Your email address will not be published.