ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସଫଳତାର ସହ ଉତକ୍ଷେପଣ ହେଲା ମିଶନ ସ୍ପାଡେକ୍ସ

0

ବର୍ଷ ଶେଷରେ ଇତିହାସ ରଚିଲା ଇସ୍ରୋ
ଆନ୍ଧ୍ର ପ୍ରଦେଶ: ବର୍ଷ ୨୦୨୪ ରେ ଏକାଧିକ ଐତିହାସିକ ସଫଳତା ପାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ବର୍ଷ ଶେଷରେ ମଧ୍ୟ ଇତିହାସ ରଚିଛି। ସଫଳତାର ସହ ଉତକ୍ଷେପଣ ହେଲା ବହୁଚର୍ଚ୍ଚିତ ସ୍ପାଡେକ୍ସ ଉପଗ୍ରହ । ସମୟ ରାତି ପ୍ରାୟ ୧୦ ଟା ୧୫ ସେକେଣ୍ଡରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ଥିବା ସର୍ବବୃହତ୍ତ ସ୍ପେଶପୋର୍ଟ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚପ୍ୟାଡରୁ ସଫଳତାର ଉତକ୍ଷେପଣ ହୋଇଛି ଏହି ବହୁପ୍ରତୀକ୍ଷିତ ଉପଗ୍ରହ। ସମସ୍ତ ପର୍ଯ୍ୟାୟ ସଫଳତାର ସହ ଅତିକ୍ରମ କରି ‘ପିଏସଏଲଭି’ ରକେଟ ଉପଗ୍ରହକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଠିକ୍‌ କକ୍ଷପଥରେ ଅବସ୍ଥାପିତ କରିଛି। ଉତକ୍ଷେପଣ ସଫଳ ହେବା ପରେ ବୈଜ୍ଞାନିକଙ୍କୁ ସମ୍ବୋଧନ ମାଧ୍ୟମରେ ପୁରା ଦେଶକୁ ସୂଚିତ କରିଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ।

ଖବର ଅନୁଯାୟୀ ପୋଲାର ସାଟେଲାଇଟ୍ ଲଞ୍ଚିଂ ଯାନ (PSLV-C60) ୨୨୦ କିଲୋଗ୍ରାମର ଦୁଇଟି ସାଟେଲାଇଟ୍‌ SDX01 ଓ SDXO2କୁ 470 କିଲୋମିଟର ବୃତ୍ତାକାର କକ୍ଷପଥରେ ରଖିବ । ରକେଟ୍ ଦ୍ବାରା ପ୍ରଦାନ କରାଯାଇଥିବା ଆପେକ୍ଷିକ ବେଗ ଆଡଜଷ୍ଟମେଣ୍ଟ୍ ବ୍ୟବହାର କରି ୧୦–୨୦ କିଲୋମିଟର ଦୂରତାରୁ ସାଟେଲାଇଟ୍‌ ପୃଥକ ପ୍ରକ୍ରିୟା ଆରମ୍ଭ କରିବେ। ଏହି ମିଶନର ଉଦ୍ଦେଶ୍ୟ ହେଉଛି ମହାକାଶରେ କୌଣସି ମହାକାଶ ଯାନକୁ ‘ଡକ୍‌’ ଓ ‘ଅନଡକ୍‌’ କରିବାର କ୍ଷମତା ପ୍ରଦର୍ଶନ କରିବା। ତେବେ ଡକିଂର ଅର୍ଥ ହେଉଛି ଗୋଟିଏ ମହାକାଶଯାନକୁ ଅନ୍ୟ ସହିତ ସଂଯୋଗ କରିବା ଏବଂ ମହାକାଶରେ ସଂଯୁକ୍ତ ଦୁଇଟି ମହାକାଶଯାନର ପୃଥକୀକରଣକୁ ଅନଡକିଂ କୁହାଯାଏ। ଚନ୍ଦ୍ରରୁ ନମୁନା ଆଣିବା, ଭାରତୀୟ ମହାକାଶ ଷ୍ଟେସନ ନିର୍ମାଣ ଭଳି ଭାରତର ଉଚ୍ଚାଭିଳାଷୀ ମିଶନ ପାଇଁ ଏହି ଟେକ୍ନୋଲୋଜି ବେଶ ଗୁରୁତ୍ବପୂର୍ଣ୍ଣ। ଏହି ମିଶନର ଅବଧି ୬୬ ଦିନ ରହିଛି।

‘ସ୍ପେଡେକ୍ସ ମିଶନ’ ଚଳିତ ବର୍ଷ ଇସ୍ରୋର ଶେଷ ମିଶନ। ଏହି ମିଶନ ସଫଳ ହେଲେ ଭାରତର ନାଁରେ ଆଉ ଏକ ଇତିହାସ ଯୋଡ଼ିହେବ। ଏହାସହ ମିଶନ ସଫଳ ହେଲେ ଭାରତ ମହାକାଶରେ ନିଜର ସ୍ପେଶ ଷ୍ଟେସନ ସ୍ଥାପନ କରିପାରିବା ସହ ମହାକାଶରେ ‘ଡକିଙ୍ଗ’ ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ବିଶ୍ବରେ ଆମେରିକା, ଋଷ, ଚୀନ ପରେ ଚତୁର୍ଥ ସଫଳ ଦେଶ ଭାବେ ରେକର୍ଡ କରିବ। ଖାଲି ସେତିକି ନୁହେଁ, ଚନ୍ଦ୍ରଯାନ-୪ ମିଶନକୁ ମଧ୍ୟ ଏଥିରୁ ବହୁ ଫାଇଦା ମିଳିବ।

Leave A Reply

Your email address will not be published.