ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ନିଜ ମା’ଙ୍କ ସହ ୪ ଭଉଣୀଙ୍କୁ ବ୍ଲେଡ୍‌ରେ କାଟି ହତ୍ୟା କଲେ ଭାଇ

0

ଲକ୍ଷ୍ନୌ: ବର୍ଷ ଆରମ୍ଭରୁ ରକ୍ତ ଛିଟା। ହୋଟେଲରୁ ପରିବାର ୫ ଜଣଙ୍କ ମୃତଦେହ ଉଦ୍ଧାର। ଲକ୍ଷ୍ନୌର ଏକ ହୋଟେଲ ରୁମରୁ ମୃତଦେହ ଉଦ୍ଧାର କଲା ପୋଲିସ। ହତ୍ୟା ଅଭିଯୋଗରେ ୨୪ ବର୍ଷୀୟ ଯୁବକଙ୍କୁ ଅଟକ ରଖିଛି ପୋଲିସ। ତା’ର ବାପା ବଦର ମଧ୍ୟ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ସନ୍ଦେହ କରୁଛି ପୁଲିସ। ହେଲେ ବଦରର କୌଣସି ପତ୍ତା ମିଳୁନି।ତେବେ ପାରିବାରିକ କଳହରୁ ଯୁବକ ଜଣଙ୍କ ହତ୍ୟା କରିଥିବା ନେଇ ସୂଚନା ମିଳିଛି। ମା’ ସହ ୪ ଭଉଣୀକୁ ନିଜେ ମାରିଥିବା ନେଇ ଅଭିଯୁକ୍ତ ସ୍ୱୀକାର କରିଥିବା ନେଇ ସୂଚନା ଦେଇଛି ପୋଲିସ।

ସୂଚନା ଅନୁଯାୟୀ, ଆଗ୍ରାରେ ରହୁଥିବା ପରିବାର ଏକ ହୋଟେଲରେ ରହୁଥିଲେ। ପୋଲିସର ସୂଚନାନୁସାରେ, ଅର୍ଶଦ ନାମକ ଜଣେ ଯୁବକ ତାଙ୍କ ମା’ ଏବଂ ଚାରି ଭଉଣୀଙ୍କୁ ବ୍ଲେଡରେ କାଟି ହତ୍ୟା କରିଛନ୍ତି। ବର୍ତ୍ତମାନ ପୋଲିସ ଅର୍ଶଦଙ୍କୁ ଗିରଫ କରି ପଚରାଉଚରା କରୁଛି। ପ୍ରଥମେ ନିଜ ମାଆ ଓ ୪ ଭଉଣୀଙ୍କୁ ମଦ ଓ ଅନ୍ୟ ନିଶାଦ୍ରବ୍ୟ ଦେଲା। ସେମାନେ ଅଚେତ ହୋଇଯିବା ପରେ ଜଣ ଜଣ କରି ସମସ୍ତଙ୍କୁ ମାରିଦେଲା। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟାଇବା ପରେ ନିଜେ ଭିଡିଓ ଜାରି କରି କହିଲା ମୋ ମାଆ ଓ ଭଉଣୀଙ୍କ ସମ୍ମାନ ବଞ୍ଚାଇବାକୁ ଯାଇ ମାରିଦେଲି।

ପୋଲିସର ସୂଚନାନୁସାରେ, ଅର୍ଶଦ ତାଙ୍କ ମା ଆସମା ଏବଂ ଭଉଣୀ ଆଲଶିଆ (୧୯), ରହମେନ (୧୮), ଆକସା (୧୬) ଏବଂ ଆଲିଆ (୯) କୁ ହତ୍ୟା କରିଛନ୍ତି। ପାରିବାରିକ କଳହ ହେତୁ ଅର୍ଶଦ ତାଙ୍କ ମା ଏବଂ ଭଉଣୀମାନଙ୍କୁ ହତ୍ୟା କରିଛନ୍ତି। ପୋଲିସ ଏବଂ ଫୋରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ଅର୍ଶଦ ନିଜ ଅପରାଧ ସ୍ୱୀକାର ମଧ୍ୟ କରିଛନ୍ତି, କିନ୍ତୁ ସେ ସମୟ ସମୟରେ ନିଜର ବିବୃତ୍ତିରେ ପରିବର୍ତ୍ତନ କରୁଛନ୍ତି।

Leave A Reply

Your email address will not be published.