ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଏଥର ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼

0

ମଡେଲକୁ ଖାରଜ କଲା କେନ୍ଦ୍ର
ନୂଆଦିଲ୍ଲୀ: ଚଳିତ ଗଣତନ୍ତ୍ର ଦିବସ ପରେଡରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ରାଜ୍ୟ ସରକାର ପଠାଇଥିବା ପ୍ରଜ୍ଞାପନ ମେଢ଼ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡ ପାଇଁ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରତ୍ୟାଖ୍ୟାନ କରିଥିବା ସରକାରୀ ସୂତ୍ରରୁ ପ୍ରକାଶ ହୋଇଛି।

ଗତବର୍ଷ କର୍ତ୍ତବ୍ୟପଥରେ ଐତିହ୍ୟଗ୍ରାମ ରଘୁରାଜପୁର ହସ୍ତକଳାକୁ ନେଇ ପ୍ରଦର୍ଶିତ ହୋଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏହାସହ ପଟ୍ଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବା ସହ ପ୍ରଥମ ପୁରସ୍କାର ହାସଲ କରିଥିଲା। ହେଲେ ଗଣତନ୍ତ୍ର ଦିବସ ୨୦୨୫ରେ ଓଡିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ ଖାରଜ କରିଦେଇଛି କେନ୍ଦ୍ର। ଏଥର ଓଡିଶା ପକ୍ଷରୁ ମାଣିଆବନ୍ଧ ଶାଢୀ ହସ୍ତଶିଳ୍ପ ଓ ମନ୍ଦିରମାଳିନୀ ଭୁବନେଶ୍ବର ମଡେଲ ପ୍ରଦାନ କରାଯାଇଥିଲା। ହେଲେ ତାକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର।
ତେବେ ଜାନୁଆରୀ ୨୬ ରୁ ୩୧, ୨୦୨୫ ପର୍ଯ୍ୟନ୍ତ ଦିଲ୍ଲୀର ଲାଲ କିଲ୍ଲା ନିକଟରେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ‘ଭାରତ ପର୍ବ’ରେ ରାଜ୍ୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ‘ଭାରତ ପର୍ବ’ ଗଣତନ୍ତ୍ର ଦିବସ ପାଳନ କରିବାର ଏକ ଅଂଶ ହ ୧୧ଟି ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରାଳୟର ମଡେଲ ମଧ୍ୟ ପରେଡରେ ସାମିଲ ହେବ।

Leave A Reply

Your email address will not be published.