ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଦରଦାମ ବୃଦ୍ଧି ପ୍ରତିବାଦରେ ସରକାରଙ୍କ ଉପରେ ବର୍ଷିଲେ ନବୀନ

0

ଭୁବନେଶ୍ବର: ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲୋୟର ପିଏମଜିରୁ ଓଡ଼ିଶା ସରକାରଙ୍କୁ ବର୍ଷିଛନ୍ତି ନବୀନ। ନବୀନ ଦଳବଳ ସହ ଏକାଠି ହୋଇ ରାଜରାସ୍ତାରେ ଗର୍ଜନ କରିଛନ୍ତି। ଆନ୍ଦୋଳନରେ ଭାଗ ନେଇ ଗଣବିକ୍ଷୋଭକାରୀଙ୍କ ମନରେ ରଣହୁଙ୍କାର ଭରିଛନ୍ତି ନବୀନ। ଭାଜପା ଦେଇଥିବା ମିଛ ପ୍ରତିଶ୍ରୁତି ଓ ବିଫଳ ଅର୍ଥନୈତିକ ପରିଚାଳନା ଏବଂ ଅହେତୁକ ଦରବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରି ରାଜରାସ୍ତାରୁ ସିଧା ଟାର୍ଗେଟ କରିଛନ୍ତି ନବୀନ।

ନବୀନ କହିଛନ୍ତି, ବିଜେପି ଜନ ମାସରୁ ସରକାରକୁ ଆସିଲାଣି। ୭ ମାସ ହେଲାଣି ଖାଲି ଭାଷଣ ମାରୁଛି, କାମରେ କିଛି ନାହିଁ। ଦରଦାମ୍ ବଢି ବଢି ଚାଲିଛି। ହେଲେ ସରକାରଙ୍କ କୌଣସି ପଦକ୍ଷେପ ନାହିଁ। ଡାଲି, ତେଲ, ପରିବାଠୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଦର ଆକାଶ ଛୁଆଁ ହୋଇଛି। ବଜାରରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ଆଉ ସବୁ ଜିନିଷ ଉପରେ ଜିଏସଟି ମାଡ। ଡବଲ ଇଞ୍ଜିନ୍ ସରକାରରେ ଡବଲ ମାଡ ହେଲେ ଖାଲି ଲୋକଙ୍କୁ ଆଈ ମା’ କାହାଣୀ କହୁଛନ୍ତି । ଇଏ ଏମଏମ ସରକାର ନୁହେଁ ମହଙ୍ଗା ମାଡ ସରକାର ବୋଲି କହି ଟାର୍ଗେଟ କରିଛନ୍ତି ନବୀନ।

ନବୀନ ଆହୁରି ମଧ୍ୟ କହିଛନ୍ତି, ଏ ସରକାର ଦାବି କରୁଛନ୍ତି ଲୋକଙ୍କ ସରକାର ବୋଲି, ହେଲେ ତାଙ୍କ କାର୍ଯ୍ୟକଳାପ ସେଭଳି ଜଣାପଡୁନି। ସାଧାରଣ ଲୋକଙ୍କ ପାଇଁ ଏବେ ବଞ୍ଚିବା କଷ୍ଟକର ହେଲାଣି। ଅଦିନିଆ ବର୍ଷାରେ ଫସଲ ହାନି ଯୋଗୁଁ ଚାଷୀ କାନ୍ଦୁଛି। ହେଲେ ସରକାର କୁମ୍ଭକଣ୍ଣ ନିଦ୍ରାରେ ଶୋଇଛନ୍ତି। ମିଛ କହି.. ମିଛ ପ୍ରତିଶ୍ରୁତି ଦେଇ ବିଜେପି ସରକାରକୁ ଆସିଛି ବୋଲି କହିଛନ୍ତି ନବୀନ।

Leave A Reply

Your email address will not be published.