ପ୍ରମୁଖ ଖବର

ଜୟପୁରଠାରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ନୂଆ ପରୀକ୍ଷା ଜୋନ ହେବ ବୋଲି ଘୋଷଣା
ଭାରତରେ ୨ ଜଣ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ
ଆଇଇଡି ଲଗାଇ ସେନା ଗାଡ଼ି ଉଡାଇଦେଲେ ମାଓବାଦୀ: ୯ ଯବାନ ଶହୀଦ
ସାତକୋଶିଆରେ ଆଜି ଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା
ଓଡିଶାରେ ୪୪୭୯୩ କୋଟି ଟଙ୍କାର ୫ଟି ଶିଳ୍ପ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ
ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୧୦ କୋଟିର ଟଙ୍କାର ଗଞ୍ଜେଇ ଜବତ
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ଜଷ୍ଟିନ ଟ୍ରୁଡୁ
ଦରଦାମ ବୃଦ୍ଧି ପ୍ରତିବାଦରେ ସରକାରଙ୍କ ଉପରେ ବର୍ଷିଲେ ନବୀନ
ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ମୋଦୀ
ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ମୋଦୀ
ଜାମିନ ନେବାକୁ ମନା କଲେ ପ୍ରଶାନ୍ତ କିଶୋର: ଜେଲ୍‌ରେ ଥାଇ କରିବେ ଅନଶନ

ଆରମ୍ଭ ହେଲା ଆଦିବାସୀ ମେଳା

0

ଭୁବନେଶ୍ୱର: ଉଦଘାଟନ ହେଲା ଭୁବନେଶ୍ୱର ଆଦିବାସୀ ମେଳା। ଭୁବନେଶ୍ୱରର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଆଦିବାସୀ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଆଦିବାସୀ ମେଳା। ମେଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଦିବାସୀମାନଙ୍କ ଦ୍ବାରା ଉତ୍ପାଦିତ ବିଭିନ୍ନ ଜିନିଷ ବହୁତ ସୁନ୍ଦର ଏବଂ ସେମାନେ ଯେଉଁ ମାଣ୍ଡିଆ, ହଳଦୀ, ଅଦା, ଡାଲିଜାତୀୟ ଖାଦ୍ୟ, ଆଳୁ ପ୍ରଭୁତି ଉତ୍ପାଦନ କରୁଛନ୍ତି, ତାହାର ସ୍ବାଦ ମଧ୍ୟ ଭିନ୍ନ। ଏହି କାରଣରୁ ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ଖାଦ୍ୟଶସ୍ୟ ଦେଶ ବିଦେଶରେ ଆଦୃତ ହୋଇଛି।

ପ୍ରତିବର୍ଷ ଜାନୁଆରି ୨୬ରୁ ଏହି ମେଳା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ମାସ ଭୁବନେଶ୍ବରରେ ୨ଟି ବିଶ୍ବସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଗୁଆ ମେଳା କରାଯାଇଛି। ଆସନ୍ତା ୮ ତାରିଖ ଠାରୁ ଭୁବନେଶ୍ଵରରେ ‘ପ୍ରବାସୀ ଭାରତୀୟ ଦିବସ’ ଓ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ ଆୟୋଜନ ହେବ। ତେଣୁ ଆଜିଠୁ ଆରମ୍ଭ ହୋଇଛି ଆଦିବାସୀ ମେଳା।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗକୁ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ଦିବସ’ ଓ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ଦେଶବିଦେଶରୁ ଅନେକ ଅତିଥି ଭୁବନେଶ୍ବର ଆସିବେ। ସେମାନେ ଏହି ଆଦିବାସୀ ମେଳାକୁ ବୁଲିବାକୁ ଆସିବେ। ଯାହାଦ୍ଵାରା ଓଡ଼ିଶାର ଆଦିବାସୀ ସଂସ୍କୃତି ଦେଶ-ବିଦେଶରେ ପ୍ରଚାରିତ ହେବ।

ତେବେ ଏଥର ମେଳାରେ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, କଳା ଓ ହସ୍ତଶିଳ୍ପ ଗ୍ରାମ, ଜନଜାତି ଖାଦ୍ୟ ଫୁଡ କୋର୍ଟ, ଲାଇଭ ଡେମନଷ୍ଟ୍ରେସନ, ଭଗବାନ ର୍ବିସା ମୁଣ୍ଡା ପାଭିଲିୟନ ମୁଖ୍ୟ ଆକର୍ଷଣ ପାଲଟିବ। ଚଳିତ ବର୍ଷ ୨୦ଟି ଆଦିବାସୀ କୁଟିର ର୍ନିମାଣ କରାଯାଉଥିବା ବେଳେ ୧୪୭ଟି ଷ୍ଟଲରେ ଆଦିବାସୀ ସାମଗ୍ରୀ ବିକ୍ରିବଟା ହେବ। ଏଥିସହ କଳା ଓ ହସ୍ତଶିଳ୍ପ ଗ୍ରାମ ପାଇଁ ୪୦ଟି ଷ୍ଟଲ ପ୍ରସ୍ତୁତ କରାଯାଉଥିବା ବେଳେ ୧୫ଟି ଷ୍ଟଲ ରେ ଲାଇଭ ଡେମନଷ୍ଟ୍ରେସନ ର ସୁବିଧା ରହିଛି।

ଏଥିସହ ଭଗବାନ ର୍ବିସା ମୁଣ୍ଡା ପାଭିଲିୟନ ଗ୍ୟାଲେରୀ ର୍ବିସାମୁଣ୍ଡାଙ୍କ ଜୀବନୀ, ଦେଶର ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଗ୍ୟାଲେରୀ, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର୍‌ ଓ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଭଗବାନ ର୍ବିସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍‌ ଶୋ, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ ଶୋ, ଓଡ଼ିଶାର ଜନଜାତି ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ ଆଣ୍ଡ ସାଉଣ୍ଡ ଶୋ, ପ୍ୟାସନ ଶୋ ଏବଂ ଫାୟର୍‌ ୱାର୍କ ଶୋ ଦେଖିବାକୁ ମିଳିବ ।

Leave A Reply

Your email address will not be published.