ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

୩୧ ଯାଏଁ ବଢିଲା ରାସନ ହିତାଧିକାରୀଙ୍କ ଇ-କେୱାଇସି ଅବଧି

0

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୩୧ ଯାଏଁ ଇ-କେୱାଇସି ଅବଧି ବୃଦ୍ଧି କଲେ ସରକାର। ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସୁବିଧା ପାଉଥିବା ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ନିକଟସ୍ଥ ଇପିଏସ କିମ୍ବା ରାସନ ଯୋଗାଣ କେନ୍ଦ୍ରରେ ଇ-କେୱାଇସି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୮ ଲକ୍ଷ ରାସନ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ୧୫ ପର୍ଯ୍ୟନ୍ତ ଥିବା ଅବଧିକୁ ଚଳିତ ମାସ ଶେଷ ଯାଏଁ ବଢ଼ାଇ ଦିଆଯାଇଛି । ଏନେଇ ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ବିଭାଗ ଅତିରିକ୍ତ ସଚିବ। ତେବେ ଜାନୁଆରୀ ୧୫ ସୁଦ୍ଧା ଅନ୍ୟୁନ ୯୦ ପ୍ରତିଶତ ଇ-କେୱାଇସି ଅପଡେଟ୍‌ କରେଇବାକୁ ଲକ୍ଷ ରଖାଯାଇଛି।
ପୂର୍ବରୁ ସରକାର ସୂଚନା ଦେଇଥିଲେ ଯେ, ବାହାର ରାଜ୍ୟକୁ ଯାଇ ଓଡ଼ିଶା ଲୋକଙ୍କ ଇ-କେୱାଇସି କରିବେ ଅଧିକାରୀ। ଗୋଆରେ ଯାଇ ଇ-କେୱାଇସି କରାଯାଇଛି। ଭାରତ ବର୍ଷରେ ଥିବା ଅନ୍ୟ ରାଜ୍ୟକୁ ଯାଇ ବି ସରକାର କରିବେ ଇ-କେୱାଇସି। ବତ୍ତମାନ ସୁଦ୍ଧା ୮୫ ପ୍ରତିଶତ ଶେଷ ହୋଇଛି। ଆହୁରି ୫୦ ଲକ୍ଷ ଲୋକ କରିନାହାନ୍ତି, କିନ୍ତୁ ସମସ୍ତଙ୍କର ଠିକ୍ ସମୟରେ ଶେଷ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଇ-କେୱାଇସିରୁ ରାଜ୍ୟ ସରକାର ପାଇଛନ୍ତି ବଡ଼ ସଫଳତା। ଧରାପଡିଛନ୍ତି ଭୂତ ରାସନ କାର୍ଡଧାରୀ। ବର୍ଷ ବର୍ଷ ଧରି

ସରକାରୀ ଯୋଜନାକୁ କରି ଚାଲୁଥିଲେ ହଡ଼ପ। ଜାଲ୍ ହିତାଧୀକାରୀଙ୍କୁ ଚିହ୍ନଟ କରିବାରେ ସହାୟକ ହୋଇଛି। ରାସନ କାର୍ଡଧାରୀଙ୍କ ପରିଚୟ ଯାଞ୍ଚ କରିବାକୁ ସରକାର ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି। ନକଲି ରାସନ କାର୍ଡ ଏବଂ ଠକେଇକୁ ରୋକିବାରେ ଏହା ସାହାଯ୍ୟ କରିବ। ଇ-କେୱାଇସି ବିନା, ରାସନ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହା ଜାଣିବା କାଠିକର ପାଠ ହୋଇଯିବ। ଫଳରେ ଦେଶ ତଥା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଫାଇଦା ଉଠାଇବେ। ପୂର୍ବରୁ ଡିସେମ୍ବର ୩୧ ଏହି ଇ-କେୱାଇସି କରିବାର ଶେଷ ତାରିଖ ଥିଲା। ଏହାପରେ ସମୟସୀମା ବଢାଇ ଜାନୁଆରୀ ୧୫ ପର୍ଯ୍ୟନ୍ତ କରିଥିଲେ ରାଜ୍ୟ ସରକାର। ଆଜି ପୁଣି ଥରେ ଏହାର ସମୟ ସୀମା ବଢାଇ ଜାନୁଆରୀ ୩୧ ଯାଏଁ କରାଯାଇଛି।

Leave A Reply

Your email address will not be published.