ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ହଂସିତା ଅଭିଲିପ୍ସାଙ୍କ ଘର ସହ ୧୨ଟି ସ୍ଥାନରେ ଆୟକର ବିଭାଗର ଚଢାଉ

0

ଭୁବନେଶ୍ବର: ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମର ଚଢାଉ। ଭୁବନେଶ୍ବର ଦିଲ୍ଲୀ, ଝାଡ଼ଖଣ୍ଡ ସମେତ ୧୨ଟି ସ୍ଥାନରେ ଏକକାଳୀନ ରେଡ୍। ଘର ଓ ଅଫିସରେ ଚଢ଼ାଉ କରୁଛି। ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍‌ର ଖୋଳତାଡ଼ କରୁଛି ବିଭାଗ। ବିନା ଲୋନ୍‌ରେ ଦାମୀ କାର୍‌ କିଣିବାକୁ ନେଇ କିଛି ଦିନ ତଳେ ବିବାଦରେ ପଡ଼ିଥିଲେ ଠକ ହଂସିତା। ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ହଂସିତା, ଅନୀଲ।

ଅତି ଚତୁରତାର ସହ କୋଟି କୋଟି ଟଙ୍କାର ଚୁନା ଲଗାଉଥିଲେ। ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ସାଂଘାତିକ ରାକେଟ୍ ଓ ଠୁଳ କରିଥିଲେ କୋଟି କୋଟି ଟଙ୍କା। ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ପତିପତ୍ନୀ ହୋଇ ନ ଥିବା ବେଳେ ଉଭୟ କିନ୍ତୁ ଦୀର୍ଘ ଦିନ ହେଲା ନିଜକୁ ପତିପତ୍ନୀର ପରିଚୟ ଦେଇ ରଘୁନାଥପୁରର ଏକ ହାଇପ୍ରୋଫାଇଲ୍‌ ଆପାର୍ଟମେଣ୍ଟରେ ରହୁଥିଲେ। ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ୱାଇଁ ବୋଲି ମିଛ ପରିଚୟ ଦେଇ ଚଳାଇଥିଲେ ମିଶନ ମହାଲୁଟ୍‌।

ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଚୂନ ଲଗାଉଥିଲେ ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସା ଓ ତାଙ୍କ ସହଯୋଗୀ ଅନୀଲ ମହାନ୍ତି। ଏମିତିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ରଙ୍କ ନାଁ ନେବାକୁ ବି ପଛାଇ ନଥିଲେ। ଖାଲି ସେତିକି ନୁହେଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏମଜି ଗିରିଶ ମୁର୍ମୁଙ୍କ ଭଳି ବଡ଼ ବଡ଼ିଆଙ୍କ ସହ ନିଜ ଫଟୋ ଏଡିଟ୍ କରି ଦେଖାଉଥିଲେ। ଶେଷରେ ଧରାପଡିଥିଲେ ପୋଲିସ ହାତରେ।

ଗତ ଜାନୁୟାରୀ ମାସରେ ଅନୀଲଙ୍କ ଜନ୍ମ ଦିନରେ ତାଙ୍କୁ ୪ କୋଟି ୩୦ ଲକ୍ଷ ଟଙ୍କାର କାର୍‌ ଗିଫ୍ଟ ଦେଇଥିଲେ ହଂସିତା। ଉକ୍ତ ଟଙ୍କାକୁ ସେ କ୍ୟାସ୍‌ ଆକାରରେ ଦେଇଥିଲେ। ଏହାକୁ ନେଇ ସେ ଆୟକର ବିଭାଗ ଓ କମିଶନରେଟ ପୁଲିସ୍‌ ନଜରକୁ ଚାଲି ଆସିଥିଲେ। ଏହାପରେ ପୁଲିସ୍‌ ଉଭୟଙ୍କୁ ବାନ୍ଧି ଜେଲ୍‌ରେ ଭର୍ତ୍ତି କରିବା ସହ ସେମାନଙ୍କ ଠକେଇ ଚେର କେତେ ଦୂର ଲମ୍ବିଛି ତାହାର ତଦନ୍ତ କରୁଛି। ପୋଲିସ ସେମାନଙ୍କୁ ଗିରଫ କରିବା ସହ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ଗୋଟେପଟେ ଆୟକର ବିଭାଗ ଚଢାଉ କରିଥିବା ବେଳେ କମିଶନରେଟ ପୋଲିସକୁ ଉଭୟଙ୍କ ବିଷୟରେ ତଥ୍ୟ ମାଗିଛି ଇଡି। ଅନୀଲଙ୍କ ବ୍ୟାବସାୟିକ ଲିଙ୍କରେ ଥିବା କିଛି ଲୋକଙ୍କୁ ମଧ୍ୟ ପଚାରାଉଚୁରା କରି ତଥ୍ୟ ସଂଗ୍ରହ କରିଛି ପୋଲିସ।

Leave A Reply

Your email address will not be published.