ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି ପାଇଁ ଜାଗା ମଞ୍ଜୁର କଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: ଦିଲ୍ଲୀର ରାଜଘାଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ହେବ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ। ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ସମାଧି ନିର୍ମାଣ ପାଇଁ ‘ରାଷ୍ଟ୍ରୀୟ ସ୍ମୃତି’ କମ୍ପ୍ଲେକ୍ସ (ରାଜଘାଟ ପରିସରର ଏକ ଅଂଶ) ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ନିର୍ଦ୍ଧାରଣ କରିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଙ୍ଗଳବାର ଅନୁମୋଦନ କରିଛନ୍ତି।

ଏହି ପ୍ରସ୍ତାବ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ର ସରକାର ୪ ବର୍ଷ ପରେ ପ୍ରଣବ ମୁଖାର୍ଜୀଙ୍କ ପାଇଁ ଜମି ଦେଇଥିବାରୁ ଏହାକୁ ତାଙ୍କ ଝିଅ ଶର୍ମିଷ୍ଠା ସ୍ୱାଗତ କରିଛନ୍ତି। ସେ ଲେଖିଛନ୍ତି, ‘ବାବାଙ୍କ ସ୍ମାରକୀ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା। ଆମେ ଏହାକୁ ମାଗିନଥିବାରୁ ଏହା ଅଧିକ ପ୍ରଶଂସନୀୟ। ସେ ସାମାଜିକ ଗଣାମଧ୍ୟମ ଏକ୍ସ’ରେ କହିଛନ୍ତି, ବାବା କହୁଥିଲେ ଯେ ରାଷ୍ଟ୍ରୀୟ ସମ୍ମାନ ମାଗିବା ଉଚିତ ନୁହେଁ, ଏହାକୁ ଅର୍ପଣ କରାଯିବା ଉଚିତ୍। ବାବାଙ୍କ ସ୍ମୃତିକୁ ସମ୍ମାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏପରି କରିଥିବାରୁ ମୁଁ ବହୁତ କୃତଜ୍ଞ।

୨୦୧୨ରୁ ୨୦୧୭ ଯାଏ ପ୍ରଣବ ମୁଖାର୍ଜୀ ଦେଶର ୧୩ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଦୀର୍ଘ ୫ ଦଶନ୍ଧି ଧରି ସେ ସକ୍ରିୟ ରାଜନୀତିରେ ରହିଥିଲେ। କଂଗ୍ରେସର ଜଣେ ପ୍ରମୁଖ ସଦସ୍ୟ ଭାବେ ସେ ଏକାଧିକ ମନ୍ତ୍ରଣାଳୟର ନେତୃତ୍ୱ ନେଇଥିଲେ। ରାଷ୍ଟ୍ରପତି ହେବା ପୂର୍ବରୁ ଶ୍ରୀ ମୁଖାର୍ଜୀ ୨୦୦୯ରୁ ୨୦୧୨ ଯାଏ ଦେଶର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୯ରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ମିଳିଥିଲା। ୨୦୨୦ ମସିହା ଅଗଷ୍ଟ ମାସରେ ଶ୍ରୀ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା। ଏହାର ୪ ବର୍ଷ ପରେ କେନ୍ଦ୍ର ସରକାର ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ ପାଇଁ ଜମି ଦେଇଛନ୍ତି।

Leave A Reply

Your email address will not be published.