ପ୍ରମୁଖ ଖବର

ମାର୍ଚ୍ଚରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା
ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର
ପଶ୍ଚିମବଙ୍ଗ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସିଏପିଏଫ୍‍ କର୍ମଚାରୀଙ୍କ ଯାନବାହାନରେ ଲାଗିବ ଜିପିଏସ୍‍
ଏନସିଇଆରଟିର ୮ମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ସୁପ୍ରିମକୋର୍ଟର ଅସନ୍ତୋଷ
ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ: ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଫେରାଇବେ ପୂର୍ବତନ ପତ୍ନୀ
ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଗିରଫ,ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ସିଆରପିଏଫ ଯବାନ

0

ରାଉରକେଲା: ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା ମିଳିଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଡ୍ୟୁଟିବେଳେ କନଷ୍ଟେବଳ ନିଜ ସର୍ଭିସ୍ ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି କେରଳର ଅଭିନନ୍ଦନ ପିକେ ବୋଲି ଚିହ୍ନଟ କରାଯାଇଛି। ସେ ସିଆରପିଏଫରେ ଜଣେ କନଷ୍ଟେବଳ ଭାବରେ ସୁନ୍ଦରଗଡ଼ ଜିଲ୍ଲାର ଷ୍ଟିଲ୍ ପ୍ଲାଣ୍ଟ ସୁରକ୍ଷା ଦାୟିତ୍ୱରେ କାର୍ଯ୍ୟରତ ଥିଲେ। ତେବେ ଅଭିନନ୍ଦନ ଇସ୍ପାତ କାରଖାନା ପରିସରରେ ନିଜ ସର୍ଭିସ୍ ରିଭରବଲରେ ନିଜ ମୁଣ୍ଡକୁ ଗୁଳିମାଡ଼ କରିଥିଲେ। ଫଳରେ ଗୁରୁତର ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ରାଉରକେଲ ଆଇଜିଏଚ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଆଇଜିଏଚ ହସପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସିଆରପିଏଫ ଯବାନ କ’ଣ ପାଇଁ ନିଜ ରିଭଲଭରରୁ ମୁଣ୍ଡକୁ ଗୁଳିକରିଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଟାଙ୍ଗରାପାଲି ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ପକ୍ଷରୁ ଅଭିନନ୍ଦନଙ୍କ ପରିବାରକୁ ସୂଚନା ଦିଆଯିବା ସହିତ ମୃତଦେହକୁ ସହରର ଇସ୍ପାତ ହସ୍ପିଟାଲରରେ ରଖିଛନ୍ତି। ଅଭିନନ୍ଦନଙ୍କ ପରିବାର ମୃତଦେହ ଚିହ୍ନଟ କରିବା ପରେ ସେମାନେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଜାଣିବାକୁ ମିଳିଛି। ତେବେ କେଉଁ କାରଣରୁ ଯବାନ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.