ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ସିଆରପିଏଫ ଯବାନ

0

ରାଉରକେଲା: ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା ମିଳିଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଡ୍ୟୁଟିବେଳେ କନଷ୍ଟେବଳ ନିଜ ସର୍ଭିସ୍ ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି କେରଳର ଅଭିନନ୍ଦନ ପିକେ ବୋଲି ଚିହ୍ନଟ କରାଯାଇଛି। ସେ ସିଆରପିଏଫରେ ଜଣେ କନଷ୍ଟେବଳ ଭାବରେ ସୁନ୍ଦରଗଡ଼ ଜିଲ୍ଲାର ଷ୍ଟିଲ୍ ପ୍ଲାଣ୍ଟ ସୁରକ୍ଷା ଦାୟିତ୍ୱରେ କାର୍ଯ୍ୟରତ ଥିଲେ। ତେବେ ଅଭିନନ୍ଦନ ଇସ୍ପାତ କାରଖାନା ପରିସରରେ ନିଜ ସର୍ଭିସ୍ ରିଭରବଲରେ ନିଜ ମୁଣ୍ଡକୁ ଗୁଳିମାଡ଼ କରିଥିଲେ। ଫଳରେ ଗୁରୁତର ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ରାଉରକେଲ ଆଇଜିଏଚ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଆଇଜିଏଚ ହସପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସିଆରପିଏଫ ଯବାନ କ’ଣ ପାଇଁ ନିଜ ରିଭଲଭରରୁ ମୁଣ୍ଡକୁ ଗୁଳିକରିଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଟାଙ୍ଗରାପାଲି ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ପକ୍ଷରୁ ଅଭିନନ୍ଦନଙ୍କ ପରିବାରକୁ ସୂଚନା ଦିଆଯିବା ସହିତ ମୃତଦେହକୁ ସହରର ଇସ୍ପାତ ହସ୍ପିଟାଲରରେ ରଖିଛନ୍ତି। ଅଭିନନ୍ଦନଙ୍କ ପରିବାର ମୃତଦେହ ଚିହ୍ନଟ କରିବା ପରେ ସେମାନେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଜାଣିବାକୁ ମିଳିଛି। ତେବେ କେଉଁ କାରଣରୁ ଯବାନ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.