ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ସର୍ବସାଧାରଣଙ୍କ ପାଇଁ ଆସନ୍ତା ୧୩ରୁ ଖୋଲିବ ରାଜଭବନ ଉଦ୍ୟାନ

0

ଭୁବନେଶ୍ବର; ଆସନ୍ତା ୧୩ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ। ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ଏହି ଦିନମାନଙ୍କରେ ଯେକୌଣସି ବ୍ୟକ୍ତି ମାଗଣାରେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ହେଲେ ଏଥିପାଇଁ ସେମାନଙ୍କୁ କେବଳ ଅନଲାଇନରେ ନିଜର ନିଶୁଲ୍କ ପଞ୍ଜୀକରଣ କରିବାକୁ ପଡିବ।

ଲୋକମାନେ ଓଡ଼ିଶା ରାଜଭବନ ୱେବସାଇଟ୍ www.rajbhavanodisha.gov.in. କିମ୍ବା ଆପ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ। ପଞ୍ଜିକରଣ କରାଇଥିବା ସାଧାରଣ ଜନତା ଅପରାହ୍ନ ୨.୩୦ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ। ସେହିପରି ସ୍କୁଲ ଛାତ୍ରଛାତ୍ରୀମାନେ ସକାଳ ୮.୩୦ ରୁ ୧୦ଟା ମଧ୍ୟରେ ସେମାନଙ୍କ ସ୍କୁଲ ଶିକ୍ଷକ କିମ୍ବା କର୍ମଚାରୀଙ୍କ ତତ୍ତ୍ୱାବଧାନରେ ସ୍କୁଲ ପୋଷାକ ଏବଂ ପରିଚୟପତ୍ର ସହିତ ପରିଦର୍ଶନ କରିପାରିବେ।

ରାଜଭବନ ଉଦ୍ୟାନ ପରିଦର୍ଶନ କରିବା ସମୟରେ ସାଙ୍ଗରେ କ୍ୟାମେରା, ଖାଦ୍ୟପେୟ, ବନ୍ଧୁକ, ଅସ୍ତ୍ରଶସ୍ତ୍ର ଏବଂ ମଦ୍ୟପାନଯୁକ୍ତ ପାନୀୟ ସମେତ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ନ ନେବାକୁ ପରିଦର୍ଶକମାନଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତ ପରିଦର୍ଶକଙ୍କ ନୂତନ ଅଭିଷେକ ହଲ୍ ନିକଟସ୍ଥ ଗେଟ୍ ନମ୍ବର ୩ ଦେଇ ପ୍ରବେଶ କରିବା ବେଳେ ସୁରକ୍ଷା ବ୍ୟାରିକେଟ ନିକଟସ୍ଥ ଗେଟ୍ ଦେଇ ପ୍ରସ୍ଥାନ କରିବେ।

Leave A Reply

Your email address will not be published.