ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ସର୍ବସାଧାରଣଙ୍କ ପାଇଁ ଆସନ୍ତା ୧୩ରୁ ଖୋଲିବ ରାଜଭବନ ଉଦ୍ୟାନ

0

ଭୁବନେଶ୍ବର; ଆସନ୍ତା ୧୩ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ। ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ଏହି ଦିନମାନଙ୍କରେ ଯେକୌଣସି ବ୍ୟକ୍ତି ମାଗଣାରେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ହେଲେ ଏଥିପାଇଁ ସେମାନଙ୍କୁ କେବଳ ଅନଲାଇନରେ ନିଜର ନିଶୁଲ୍କ ପଞ୍ଜୀକରଣ କରିବାକୁ ପଡିବ।

ଲୋକମାନେ ଓଡ଼ିଶା ରାଜଭବନ ୱେବସାଇଟ୍ www.rajbhavanodisha.gov.in. କିମ୍ବା ଆପ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ। ପଞ୍ଜିକରଣ କରାଇଥିବା ସାଧାରଣ ଜନତା ଅପରାହ୍ନ ୨.୩୦ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ। ସେହିପରି ସ୍କୁଲ ଛାତ୍ରଛାତ୍ରୀମାନେ ସକାଳ ୮.୩୦ ରୁ ୧୦ଟା ମଧ୍ୟରେ ସେମାନଙ୍କ ସ୍କୁଲ ଶିକ୍ଷକ କିମ୍ବା କର୍ମଚାରୀଙ୍କ ତତ୍ତ୍ୱାବଧାନରେ ସ୍କୁଲ ପୋଷାକ ଏବଂ ପରିଚୟପତ୍ର ସହିତ ପରିଦର୍ଶନ କରିପାରିବେ।

ରାଜଭବନ ଉଦ୍ୟାନ ପରିଦର୍ଶନ କରିବା ସମୟରେ ସାଙ୍ଗରେ କ୍ୟାମେରା, ଖାଦ୍ୟପେୟ, ବନ୍ଧୁକ, ଅସ୍ତ୍ରଶସ୍ତ୍ର ଏବଂ ମଦ୍ୟପାନଯୁକ୍ତ ପାନୀୟ ସମେତ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ନ ନେବାକୁ ପରିଦର୍ଶକମାନଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତ ପରିଦର୍ଶକଙ୍କ ନୂତନ ଅଭିଷେକ ହଲ୍ ନିକଟସ୍ଥ ଗେଟ୍ ନମ୍ବର ୩ ଦେଇ ପ୍ରବେଶ କରିବା ବେଳେ ସୁରକ୍ଷା ବ୍ୟାରିକେଟ ନିକଟସ୍ଥ ଗେଟ୍ ଦେଇ ପ୍ରସ୍ଥାନ କରିବେ।

Leave A Reply

Your email address will not be published.