ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଲୋକଙ୍କୁ ନିର୍ବାଚନ ଖର୍ଚ୍ଚ ମାଗିଲେ ଆତିଶୀ

0

ନୂଆଦିଲ୍ଲୀ: ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାଲକାଜି ଆସନରୁ ଆମ ଆଦମୀ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ନିର୍ବାଚନ ଖର୍ଚ୍ଚ ପାଇଁ ସେ ଜନସାଧାରଣଙ୍କୁ ଟଙ୍କା ମାଗିଛନ୍ତି। କ୍ରାଉଡଫଣ୍ଡିଂ ଜରିଆରେ ନିର୍ବାଚନ ଖର୍ଚ୍ଚ ଯୋଗାଇଦେବାକୁ ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।

ତେବେ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିବା ସମୟରେ ଆତିଶୀ କହିଛନ୍ତି, ସେ ଆଶା କରୁଛନ୍ତି ଯେ ଲୋକମାନେ ତାଙ୍କ ଦଳର ରାଜନୀତିକ କାର୍ଯ୍ୟକୁ ସମର୍ଥନ କରିବେ ଏବଂ ନିର୍ବାଚନ ଖର୍ଚ୍ଚ ପାଇଁ ଦଳକୁ ସହଯୋଗ କରିବେ। ଦଳର ନିର୍ବାଚନୀ ଖର୍ଚ୍ଚ ପାଇଁ ୪୦ ଲକ୍ଷ ଟଙ୍କାର ଲକ୍ଷ୍ୟ ପୂରଣ କରିବା ପାଇଁ ଉଦାର ଭାବରେ ଦାନ କରିବାକୁ ଜନତାଙ୍କୁ ଅପିଲ୍ କରିଛନ୍ତି ଆତିଶୀ। ଏଥିସହିତ ଲୋକମାନେ ଟଙ୍କା ଦାନ କରିବା ପାଇଁ ଏକ ଅନଲାଇନ୍ ଲିଙ୍କ୍ ମଧ୍ୟ ଜାରି କରିଛନ୍ତି ଆତିଶୀ।

ଆତିଶୀ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀର ଜନତା ଆପକୁ ସମର୍ଥନ ଦେଇଆସିଛନ୍ତି ନିର୍ବାଚନ ଲଢ଼ିବା ପାଇଁ ଆମକୁ ପାଣ୍ଠି ବି ଯୋଗାଇଛନ୍ତି। ଜନତାଙ୍କ ଛୋଟରୁ ଛୋଟ ଦାନଟିଏ ବି ଆମକୁ ନିର୍ବାଚନ ଲଢ଼ିବା ଏବଂ ଜିତିବାରେ ସାହାଯ୍ୟ କରିଛି। ଦିଲ୍ଲୀର ସବୁଠାରୁ ଗରିବ ଲୋକମାନେ ଆମକୁ ୧୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ସମର୍ଥନ କରିଛନ୍ତି। କାରଣ ଆପର ସଚ୍ଚୋଟ ରାଜନୀତି ରହିଥିଲା। କୌଣସି କର୍ପୋରେଟମାନଙ୍କଠାରୁ ପାଣ୍ଠି ଲୋଡ଼ି ନଥିଲା ଆପ୍। ଆଉ ସବୁଠୁ ବଡ କଥା ହେଉଛି, ଆପ୍ ଦିଲ୍ଲୀରେ ୧୦ ବର୍ଷ ଧରି କ୍ଷମତାରେ ରହିବା ସତ୍ତ୍ୱେ, ଆଜି ବମ ପାଖରେ ଦୁର୍ନୀତିର ଟଙ୍କାଟିଲ ବି ନାହିଁ। ଯାହା ପୂର୍ବରୁ ହୋଇଆସିଛି, ଦିଲ୍ଲୀ ଲୋକଙ୍କ ସମର୍ଥନରେ ହିଁ ଆପ୍ ନିର୍ବାଚନ ଲଢିବ ବୋଲି କହିଛନ୍ତି ଆତିଶୀ।

Leave A Reply

Your email address will not be published.