ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଲୋକଙ୍କୁ ନିର୍ବାଚନ ଖର୍ଚ୍ଚ ମାଗିଲେ ଆତିଶୀ

0

ନୂଆଦିଲ୍ଲୀ: ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାଲକାଜି ଆସନରୁ ଆମ ଆଦମୀ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ନିର୍ବାଚନ ଖର୍ଚ୍ଚ ପାଇଁ ସେ ଜନସାଧାରଣଙ୍କୁ ଟଙ୍କା ମାଗିଛନ୍ତି। କ୍ରାଉଡଫଣ୍ଡିଂ ଜରିଆରେ ନିର୍ବାଚନ ଖର୍ଚ୍ଚ ଯୋଗାଇଦେବାକୁ ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।

ତେବେ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିବା ସମୟରେ ଆତିଶୀ କହିଛନ୍ତି, ସେ ଆଶା କରୁଛନ୍ତି ଯେ ଲୋକମାନେ ତାଙ୍କ ଦଳର ରାଜନୀତିକ କାର୍ଯ୍ୟକୁ ସମର୍ଥନ କରିବେ ଏବଂ ନିର୍ବାଚନ ଖର୍ଚ୍ଚ ପାଇଁ ଦଳକୁ ସହଯୋଗ କରିବେ। ଦଳର ନିର୍ବାଚନୀ ଖର୍ଚ୍ଚ ପାଇଁ ୪୦ ଲକ୍ଷ ଟଙ୍କାର ଲକ୍ଷ୍ୟ ପୂରଣ କରିବା ପାଇଁ ଉଦାର ଭାବରେ ଦାନ କରିବାକୁ ଜନତାଙ୍କୁ ଅପିଲ୍ କରିଛନ୍ତି ଆତିଶୀ। ଏଥିସହିତ ଲୋକମାନେ ଟଙ୍କା ଦାନ କରିବା ପାଇଁ ଏକ ଅନଲାଇନ୍ ଲିଙ୍କ୍ ମଧ୍ୟ ଜାରି କରିଛନ୍ତି ଆତିଶୀ।

ଆତିଶୀ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀର ଜନତା ଆପକୁ ସମର୍ଥନ ଦେଇଆସିଛନ୍ତି ନିର୍ବାଚନ ଲଢ଼ିବା ପାଇଁ ଆମକୁ ପାଣ୍ଠି ବି ଯୋଗାଇଛନ୍ତି। ଜନତାଙ୍କ ଛୋଟରୁ ଛୋଟ ଦାନଟିଏ ବି ଆମକୁ ନିର୍ବାଚନ ଲଢ଼ିବା ଏବଂ ଜିତିବାରେ ସାହାଯ୍ୟ କରିଛି। ଦିଲ୍ଲୀର ସବୁଠାରୁ ଗରିବ ଲୋକମାନେ ଆମକୁ ୧୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ସମର୍ଥନ କରିଛନ୍ତି। କାରଣ ଆପର ସଚ୍ଚୋଟ ରାଜନୀତି ରହିଥିଲା। କୌଣସି କର୍ପୋରେଟମାନଙ୍କଠାରୁ ପାଣ୍ଠି ଲୋଡ଼ି ନଥିଲା ଆପ୍। ଆଉ ସବୁଠୁ ବଡ କଥା ହେଉଛି, ଆପ୍ ଦିଲ୍ଲୀରେ ୧୦ ବର୍ଷ ଧରି କ୍ଷମତାରେ ରହିବା ସତ୍ତ୍ୱେ, ଆଜି ବମ ପାଖରେ ଦୁର୍ନୀତିର ଟଙ୍କାଟିଲ ବି ନାହିଁ। ଯାହା ପୂର୍ବରୁ ହୋଇଆସିଛି, ଦିଲ୍ଲୀ ଲୋକଙ୍କ ସମର୍ଥନରେ ହିଁ ଆପ୍ ନିର୍ବାଚନ ଲଢିବ ବୋଲି କହିଛନ୍ତି ଆତିଶୀ।

Leave A Reply

Your email address will not be published.