ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ

0

ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ମେଳା ୨୦୨୫ରେ ସାମିଲ ହେବାକୁ ଓଡ଼ିଶାରୁ ଅଯୋଧ୍ୟାକୁ ଆରମ୍ଭ ହେଲା ବସ୍‌ ସେବା। ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରୟାଗରାଜକୁ ସ୍ବତନ୍ତ୍ର ବସ ଗଡିଛି। ୪ଟି ଅତ୍ୟାଧୁନିକ ବସ୍‌କୁ ପତାକା ଦେଖାଇ ଭିଡିଓ କନଫରେସିଂ ମାଧ୍ୟମରେ ରବିବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାକୁମ୍ଭ ଉପଲକ୍ଷେ ଏହି ବସ୍‌ ସେବା ଆରମ୍ଭ କରାଯାଇଛି। ପୁରୀ-ଅଯୋଧ୍ୟା, ବ୍ରହ୍ମପୁର- ଅଯୋଧ୍ୟାକୁ ଏହି ସ୍ବତନ୍ତ୍ର ବସ ସେବା ଆରମ୍ଭ ହୋଇଛି। ଭୁବନେଶ୍ବର ଓ ସମ୍ବଲପୁରରୁ ମଧ୍ୟ ପ୍ରୟାଗରାଜକୁ ବସ୍‌ ଗଡିଛି। ଅଯୋଧ୍ୟା ସହ ପ୍ରୟାଗରାଜକୁ ଶ୍ରଦ୍ଧାଳୁ ଯିବାର ବ୍ୟବସ୍ଥା କରାଯାଇଛି। ଏହି ବସ୍‌ରେ ସବୁ ସୁବିଧା ମିଳିବ। ଆଗକୁ ଲୋକଙ୍କ ଚାହିଦା ଦେଖି ବସ ବ୍ୟବସ୍ଥା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ପ୍ରଥମ ଦିବସରେ ୨୦୦ ରୁ ଅଧିକ ଯାତ୍ରୀ ମହାକୁମ୍ଭ ମେଳା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବ ବସ୍‌ । ଆଜିଠୁ ଯାତ୍ରା ଆରମ୍ଭ କରିଥିବା ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ତୀର୍ଥଯାତ୍ରାରେ ସେମାନେ ଅଶେଷ ପୂଣ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆବଶ୍ୟକ ହେଲେ ଅଧିକ ବସ୍‌ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଭୁବନେଶ୍ବର ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେସିଂ ମାଧ୍ୟମରେ ୪ଟି ଯାକ ବସ୍‌ର ଶୁଭାରମ୍ଭ କରିଥିଲେ। ବ୍ରହ୍ମପୁରରୁ ପରବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମ୍ବଲପୁରରେ ବିଧାୟକ ଜୟନାରାୟଣ ମିଶ୍ର, ପୁରୀରୁ ସାଂସଦ ସମ୍ବିତ ପାତ୍ର, ଭବାନୀପାଟଣାରୁ କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ ପତାକା ଦେଖାଇ ବସ୍‌ ଶୁଭାରମ୍ଭ କରିଥିଲେ।

Leave A Reply

Your email address will not be published.