ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ

0

ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ମେଳା ୨୦୨୫ରେ ସାମିଲ ହେବାକୁ ଓଡ଼ିଶାରୁ ଅଯୋଧ୍ୟାକୁ ଆରମ୍ଭ ହେଲା ବସ୍‌ ସେବା। ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରୟାଗରାଜକୁ ସ୍ବତନ୍ତ୍ର ବସ ଗଡିଛି। ୪ଟି ଅତ୍ୟାଧୁନିକ ବସ୍‌କୁ ପତାକା ଦେଖାଇ ଭିଡିଓ କନଫରେସିଂ ମାଧ୍ୟମରେ ରବିବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାକୁମ୍ଭ ଉପଲକ୍ଷେ ଏହି ବସ୍‌ ସେବା ଆରମ୍ଭ କରାଯାଇଛି। ପୁରୀ-ଅଯୋଧ୍ୟା, ବ୍ରହ୍ମପୁର- ଅଯୋଧ୍ୟାକୁ ଏହି ସ୍ବତନ୍ତ୍ର ବସ ସେବା ଆରମ୍ଭ ହୋଇଛି। ଭୁବନେଶ୍ବର ଓ ସମ୍ବଲପୁରରୁ ମଧ୍ୟ ପ୍ରୟାଗରାଜକୁ ବସ୍‌ ଗଡିଛି। ଅଯୋଧ୍ୟା ସହ ପ୍ରୟାଗରାଜକୁ ଶ୍ରଦ୍ଧାଳୁ ଯିବାର ବ୍ୟବସ୍ଥା କରାଯାଇଛି। ଏହି ବସ୍‌ରେ ସବୁ ସୁବିଧା ମିଳିବ। ଆଗକୁ ଲୋକଙ୍କ ଚାହିଦା ଦେଖି ବସ ବ୍ୟବସ୍ଥା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ପ୍ରଥମ ଦିବସରେ ୨୦୦ ରୁ ଅଧିକ ଯାତ୍ରୀ ମହାକୁମ୍ଭ ମେଳା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବ ବସ୍‌ । ଆଜିଠୁ ଯାତ୍ରା ଆରମ୍ଭ କରିଥିବା ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ତୀର୍ଥଯାତ୍ରାରେ ସେମାନେ ଅଶେଷ ପୂଣ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆବଶ୍ୟକ ହେଲେ ଅଧିକ ବସ୍‌ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଭୁବନେଶ୍ବର ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେସିଂ ମାଧ୍ୟମରେ ୪ଟି ଯାକ ବସ୍‌ର ଶୁଭାରମ୍ଭ କରିଥିଲେ। ବ୍ରହ୍ମପୁରରୁ ପରବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମ୍ବଲପୁରରେ ବିଧାୟକ ଜୟନାରାୟଣ ମିଶ୍ର, ପୁରୀରୁ ସାଂସଦ ସମ୍ବିତ ପାତ୍ର, ଭବାନୀପାଟଣାରୁ କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ ପତାକା ଦେଖାଇ ବସ୍‌ ଶୁଭାରମ୍ଭ କରିଥିଲେ।

Leave A Reply

Your email address will not be published.