ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ମୃତ ଏକାଧିକ ଆହତ

0

ଆନ୍ଧ୍ରପ୍ରଦେଶ: ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟିପରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୪ ଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି।। ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ଗଙ୍ଗାସାଗରାମ ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସେପଟେ ତଦନ୍ତ ଜାରି ରଖିଛି ପୋଲିସ।

ସୂଚନା ଅନୁସାରେ, ଆଜି ସକାଳୁ ତିରୁପତିରୁ ମଦୁରାଇ ଅଭିମୁଖେ ଯାଉଥିବା ଏକ ବସ୍ ଆନ୍ଧ୍ରପ୍ରଦେଶର ଚିତ୍ତୋରର ଗଙ୍ଗାସଗାରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ତୀର୍ଥଯାତ୍ରୀମାନେ ମନ୍ଦିରରେ ପୂଜା କରି ତିରୁପତିରୁ ଫେରୁଥିଲେ। ରାତି ପ୍ରାୟ ୨ଟା ସମୟରେ ବସ୍‌ଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଡମ୍ପର ଲୋରିକୁ ଅତିକ୍ରମ କରିବାକୁ ଚେଷ୍ଟା କରିବା ବେଳେ ବସ୍‌ଟି ଧକ୍କା ଦେଇ ଓଲଟି ପଡ଼ିଥିଲା। ଧକ୍କା ହେବା ପରେ ବସଟି ୨୦ ଫୁଟ ତଳକୁ ଖସି ଏକ ଇଲେକ୍ଟ୍ରିକ ପୋଲ ସହ ପୁଣି ଧକ୍କା ହୋଇଥିଲା। ଫଳରେ ଖୁଣ୍ଟଟି ବସ ଉପରେ ପଡିଯାଇଥିଲା।

ଦୁର୍ଘଟଣା ସମୟରେ ଅଧିକାଂଶ ବସ୍‌ ଯାତ୍ରୀ ଗଭୀର ନିଦରେ ଥିଲେ। କିଛି ସମୟ ପାଇଁ କେହି ବୁଝି ପାରିଲେ ନାହିଁ କ’ଣ ଘଟୁଛି। ବହୁତ ପାଟିତୁଣ୍ଡ ଏବଂ ଚିତ୍କାର ହେଉଥିଲା। ଏହା ପରେ କିଛି ଲୋକ କୌଣସି ପ୍ରକାରେ ଜରୁରୀକାଳୀନ ଦ୍ୱାର ଦେଇ ବାହାରକୁ ଆସି ଅନ୍ୟମାନଙ୍କୁ ସାହାଯ୍ୟ କରିଥିଲେ। ସେହି ବାଟ ଦେଇ ଯାଉଥିବା କିଛି ଲୋକ ମଧ୍ୟ ସାହାଯ୍ୟ କରିବାକୁ ଆଗକୁ ଆସିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଆହତ ଯାତ୍ରୀମାନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଥିଲା।

Leave A Reply

Your email address will not be published.