ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଦୁର୍ଘଟଣାରେ ମନୁ ଭାକରଙ୍କ ମାମୁଁ ଓ ଆଈ ମୃତ

0

ହରିୟାଣା: ଏକ ସଡକ ଦୁର୍ଘଟଣାରେ ଅଲିମ୍ପିକ୍ସ ପଦକ ବିଜେତା ମନୁ ଭାକରଙ୍କ ମାମୁଁ ଏବଂ ଆଈଙ୍କ ମୃତ୍ୟୁ ଘଟିଛି। ହରିୟାଣା ମହେନ୍ଦ୍ରଗଡ଼ ବାଇପାସ୍‌ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ମନୁଙ୍କ ମାମୁଁ ଏବଂ ଆଈ ଏକ ସ୍କୁଟିରେ ଯାଉଥିବାବେଳେ ସାମ୍ନା ପଟୁ ଗୋଟିଏ କାର ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ କାର ଚାଳକ ଗାଡ଼ି ସହିତ ଫେରାର ହୋଇଯାଇଛି।

ରବିବାର ସକାଳେ ମନୁଙ୍କ ମାମୁଁ ଯୁଦ୍ଧବୀର ନିଜ ମା’ ସାବିତ୍ରୀଙ୍କୁ ନେଇ ସ୍କୁଟିରେ ଯାଉଥିଲେ। ଯୁଦ୍ଧବୀର ହରିୟାଣା ରୋଡଓ୍ବେଜରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ତେଣୁ ସେ ନିଜ ମା’ଙ୍କୁ ସାନପୁଅ ଘରେ ଛାଡ଼ି ଡ୍ୟୁଟି ଯାଇଥାଆନ୍ତେ। ସେ ଯାଉଥିବା ବେଳେ ତାଙ୍କୁ ଏକ ବ୍ରେଜା ଗାଡ଼ି ଜୋରଦାର୍‌ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ପୁଲିସ ଉଭୟଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ସିଭିଲ୍‌ ହସ୍ପିଟାଲକୁ ପଠାଇଛନ୍ତି। ତେବେ ତାଙ୍କ ମାମୁଁଙ୍କ ବୟସ ୫୦ ବର୍ଷ ହୋଇଥିବା ବେଳେ ଆଈଙ୍କ ବୟସ ୭୦ ବର୍ଷ ଥିଲା।

Leave A Reply

Your email address will not be published.