ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଯୁବତୀ ଚାଲାଣ କରୁଥିଲେ ହଂସିତା, ଅନିଲ

0

ଭୁବନେଶ୍ବର: ଅନିଲ-ହଂସିତାଙ୍କୁ ନେଇ ଗୋଟିଏ ପରେ ଗୋଟିଏ ରହସ୍ୟ ପଦାକୁ ଆସିବାରେ ଲାଗିଛି। କେବଳ ଠକେଇ ନୁହେଁ, ହଂସିତା ଓ ଅନିଲ ଯୁବତୀ ଚାଲାଣରେ ସମ୍ପୃକ୍ତ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଏହି ଯୋଡ଼ି ବଡ଼ବଡ଼ିଆଙ୍କୁ ଖୁସି କରିବା ଲାଗି ଯୁବତୀ ଚାଲାଣ କରୁଥିବା ପୁଲିସ ସେମାନଙ୍କଠାରୁ ଜବତ କରିଥିବା ଫୋନ୍‌ ଯାଞ୍ଚ ପରେ ଏହି ତଥ୍ୟ ସାମ୍‌ନାକୁ ଆସିଛି। ଇନ୍‌ଫୋସିଟି ଥାନାରେ ଉଭୟଙ୍କ ନାଁରେ ଦ ଇମୋରାଲ ଟ୍ରାଫିକ୍‌ (ପ୍ରିଭେନସନ୍‌) ଆକ୍ଟ ୧୯୫୬ର ଦଫା ୫, ଆଇଟି ଆକ୍ଟ ୨୦୦୦ର ଦଫା ୬୭ ଓ ଆଇପିସି ଦଫା ୧୨୦-ବିରେ ମାମଲା (ନଂ.୧୪/୨୦୨୫) ରୁଜୁ ହୋଇଛି।

କ୍ରାଇମ ୟୁନିଟ୍‌ ଏହି ଘଟଣାର ଖୋଳତାଡ଼ ଜାରି ରଖିଛି। ହଂସିତା କେଉଁ କେଉଁ ବଡ଼ବଡ଼ିଆଙ୍କ ପାଖକୁ ଯୁବତୀ ପଠାଇ ଖୁସି କରୁଥିଲା, ତାକୁ ନେଇ ପୁଲିସ ଖୋଳତାଡ଼ ଜୋରଦାର କରିଛି। ଏହି ମାମଲାକୁ ଲଗାଇ ହଂସିତାଙ୍କ ନାଁରେ ଇନ୍‌ଫୋସିଟି ଥାନାରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୩ରେ ପହଞ୍ଚିଛି। ଆଗକୁ ବଡ଼ବଡ଼ିଆଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିପାରେ।

ପୋଲିସ ତଦନ୍ତ ବେଳେ ହଂସିତାଙ୍କ ମୋବାଇଲ ଓ ଲାପ୍‌ଟପ୍‌ରୁ ବହୁ ସୁନ୍ଦରୀ ଯୁବତୀଙ୍କ ଫଟୋ ମିଳିଛି। ଏଥିସହ ବିଭିନ୍ନ ଗ୍ରାହକ ଓ ଏଜେଣ୍ଟଙ୍କ ସହ ଯୁବତୀଙ୍କ ଫଟୋ ପଠାଇ ଟଙ୍କା ଡିଲ୍‌ କରାଯାଇଥିବା ମଧ୍ୟ ଚାର୍ଟରୁ ପ୍ରମାଣ ମିଳିଛି। ଅନ୍ୟପକ୍ଷରେ ହଂସିତା ଓ ଅନିଲ ସେମାନଙ୍କ ଘନିଷ୍ଠ ସମ୍ପର୍କୀୟଙ୍କୁ ରୁଷୀୟ ଯୁବତୀ ମଧ୍ୟ ଉପହାର ଆକାରରେ ଭେଟି ଦେଉଥିଲେ। ପ୍ରତିବର୍ଷ ଡିସେମ୍ବର ୨୪ରେ ଅନିଲ ଧୁମଧାମ୍‌ରେ ଜନ୍ମଦିନ ପାଳନ କରୁଥିଲେ। ଏହି ଜନ୍ମଦିନ ପାର୍ଟିକୁ ରୁଷୀୟ ଯୁବତୀମାନଙ୍କୁ ସେମାନେ ଆଣୁଥିଲେ। ଏହି ପାର୍ଟିରେ ଯୋଗ ଦେଉଥିବା ବହୁ ବଡ଼ବଡ଼ିଆ ଅତିଥିମାନଙ୍କୁ ଯୁବତୀ ଭେଟି ଦିଆଯାଉଥିବା ପୋଲିସ ପ୍ରମାଣ ପାଇଛି। ପୂର୍ବରୁ ଠକେଇ, ପାସ୍‌ପୋର୍ଟ ଜାଲିଆତି ଅଭିଯୋଗ ରହିଥିବା ବେଳେ ଏବେ ବେଆଇନ ଯୁବତୀ ଚାଲାଣ ମାମଲାରେ ହଂସିତା ଫସିଛନ୍ତି। ଆସନ୍ତା ମଙ୍ଗଳବାର ହଂସିତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ଏହି ଯୁବତୀ ଚାଲାଣ ମାମଲା ତାଙ୍କ ଅଡୁଆ ବଢ଼ାଇପାରେ କୁହାଯାଉଛି।

ତେବେ ହଂସିତାର ପ୍ରକୃତ ନାମ ବିଷ୍ଣୁପ୍ରିୟା ଚାନ୍ଦ ହୋଇଥିବାବେଳେ ୨୦୧୭ରେ ତା’ ନାଁରେ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା। ଏହାପରଠାରୁ ବିଷ୍ଣୁପ୍ରିୟା ନିଜର ପରିଚୟ ବଦଳାଇ ଦେଇଥିଲା। ଅନ୍ୟପଟେ ହଂସିତା ଓରଫ ବିଷ୍ଣୁପ୍ରିୟାର ପ୍ରକୃତ ସ୍ବାମୀ କିଏ ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଗୋଟିଏ ପଟେ ସରୋଜ ସାହୁକୁ ନିଜର ସ୍ବାମୀ ଦର୍ଶାଇ ସେ ଅନ୍ତରୀଣ ଜାମିନ ଆବେଦନ କରିଥିଲା। ଅନ୍ୟପଟେ ନିୟମିତ ଜାମିନ ପାଇଁ ଦାଖଲ କରିଥିବା ପିଟିସନରେ ନିଜର ସ୍ବାମୀ ଭାବେ ଅନିଲ ମହାନ୍ତିକୁ ଦର୍ଶାଇଥିଲା। ଯାହାକୁ ନେଇ କୋର୍ଟ ହଂସିତାର ଅନ୍ତରୀଣ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ନିଜକୁ ଜଣେ ବରିଷ୍ଠ ଅଧିକାରୀଙ୍କ ଝିଅ-ଜ୍ବାଇଁ କହି ଉଭୟ ଗତ ୨୦୨୩ ଜାନୁଆରୀ ୧୨ରେ ଇଏସଏଲ ବୋକାରୋ କମ୍ପାନୀ ସହ ୨୮୩ କୋଟି ଟଙ୍କାର ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଯାହାର ପ୍ରାମାଣ ପୁଲିସ ପାଇବା ସହ କୋର୍ଟରେ ଦାଖଲ କରିଛି। ଏବେ ଇନ୍‌ଫୋସିଟି ପୁଲିସ ଠକ ଯୋଡ଼ିଙ୍କ ନାଁରେ ମାମଲା ରୁଜୁ କରି ଯୁବତୀ ଚାଲାଣର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.