ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ସଞ୍ଜୟକୁ ଆଜୀବନ କାରାଦଣ୍ଡ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ରାଜଧାନୀ କଲକାତାର ଆରଜି କର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୋମବାର ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। କୋର୍ଟ ତାଙ୍କ ରାୟ ଶୁଣାଇ ଦୋଷୀ ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଏବଂ ଅନ୍ୟମାନଙ୍କ ଚୂଡ଼ାନ୍ତ ବୟାନ ଶୁଣିବା ପରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଦିନ ୨ଟା ୪୫ ସମୟରେ ସିଆଲଦା କୋର୍ଟ ନିଜ ରାୟ ଶୁଣାଇ ଦୋଷୀ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ରେ ରହିବ ସଞ୍ଜୟ। ଏଥିସହ ଦୋଷୀ ଉପରେ ୫୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ଅଦାଲତ।

ରାୟ ପ୍ରକାଶ କରିବା ପୂର୍ବରୁ ଦୋଷୀକୁ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ସଞ୍ଜୟ ରାୟ କୋର୍ଟକୁ କହିଥିଲେ ଯେ ମୋତେ ଫସାଇ ଦିଆଯାଉଛି, ମୁଁ କୌଣସି ଅପରାଧ କରିନାହିଁ। ଏହା ଉପରେ ସିବିଆଇ କହିଛି ଯେ, ଏହା ଏକ ଜଘନ୍ୟ ଅପରାଧ। ଏହା ସମଗ୍ର ଦେଶକୁ ଥରାଇ ଦେଇଥିଲା। ସମାଜରେ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ଆମେ କଠୋରତମ ଦଣ୍ଡ ପାଇଁ ଅନୁରୋଧ କରୁଛୁ ବୋଲି ସିବିଆଇ ଓକିଲ କୋର୍ଟଙ୍କୁ କହିଥିଲେ। ଏହି ମାମଲାରେ, ପୀଡିତାଙ୍କ ମାତାପିତା ଦୋଷୀକୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି।

ମାମଲାରେ ପୀଡ଼ିତାଙ୍କ ପରିବାର ସହ ସିବିଆଇ ଫାଶୀ ଦଣ୍ଡ ଦାବି କରିଥିବାବେଳେ ଏହା ବିରଳରୁ ଅତି ବିରଳତମ ମାମଲା ନୁହେଁ ବୋଲି କହି ସିଆଲଦା କୋର୍ଟର ବିଚାରପତି ଅନିର୍ବନ୍‌ ଦାସ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତାଙ୍କ ପରିବାରକୁ ତାଙ୍କ ମୃତ୍ୟୁ ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଅତିରିକ୍ତ ୭ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି କୋର୍ଟ।

ଆରଜି କର ହସ୍ପିଟାଲର ସେମିନାର ରୁମରୁ ୩୧ ବର୍ଷୀୟ ଡାକ୍ତରଙ୍କ ମୃତଦେହ ମିଳିବାର ଗୋଟିଏ ଦିନ ପରେ, ୨୦୨୪ ମସିହା ଅଗଷ୍ଟ ୧୦ ତାରିଖରେ ସଞ୍ଜୟଙ୍କୁ ଗିରଫ କରାଯାଇଥିଲା। ବିଚାରପତି ତାଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୬୪,୬୬ ଏବଂ ୧୦୩ (୧) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।

Leave A Reply

Your email address will not be published.