ଭୁବନେଶ୍ଵର: ‘ସୁଭଦ୍ରା’ ଆବେଦନ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି। ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି। ସୋମାନଙ୍କୁ ଅନୁରୋଧ, ଜଲଦି ଆବେଦନ କରନ୍ତୁ, ଟଙ୍କା ଦେବୁ। ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ମିଳିବ ଟଙ୍କା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଇ ମାସ ଶେଷ ସପ୍ତାହରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ହେଲେ ଏବେ ବି ୨ ଲକ୍ଷରୁ ଅଧିକ ମହିଳା ନିଜର ଇ କେୱାଇସି ଅପଡେଟ କରିନାହାନ୍ତି। ଆଉ ଅଜାଣତରେ ଅପ୍ଟ୍ ଆଉଟ ହୋଇଥିବା ୩୧ ହଜାର ମହିଳାଙ୍କ ମଧ୍ୟରୁ ଅପ୍ଟ୍ ଇନ୍ କରିଛନ୍ତି ୧୭ ହଜାର। ତେଣୁ ସରକାର ମାସ ଶେଷ ଆଡକୁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ପ୍ରସ୍ତୁତ ହେଉଥିବାରୁ ଯଥାଶୀଘ୍ର କେୱାଇସି ଅପଡେଟ ପାଇଁ କିଛିଦିନ ତଳେ ଅପିଲ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏପେଟ ଏବେ ବି ଅନେକ ଆବେଦନକାରୀ ଆଶା ଆଶଙ୍କାରେ ରହିଛନ୍ତି।ଏବେ ଯାଏଁ ୩ଟି ପର୍ଯ୍ୟାୟରେ ପ୍ରାୟ ୮୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଲେଣି ସରକାର। ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଯୋଜନାରେ ସାମିଲ କରି କୋଟିଏ ହିତାଧିକାରୀ ସାମିଲ କରିବାକୁ ଲକ୍ଷ୍ୟ ରଖିଥିଲା ବିଭାଗ। କିନ୍ତୁ ଆକାଉଣ୍ଟ ମିସମ୍ୟାଚ, କେୱାଇସି ଅପଡେଟ୍, ଅଜାଣତରେ ଅପ୍ଟ୍ ଆଉଟ ଭଳି କାରଣ ପାଇଁ ୨୦ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରି ହେଉନଥିଲା। ସେଥିପାଇଁ ବାଦ୍ ପଡିଥିବା ମହିଳାଙ୍କୁ ଆଉ ଥରେ ସୁଯୋଗ ଦେବାକୁ ଡିସେମ୍ବର ପରିବର୍ତ୍ତେ ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ସ୍ଥିର କରିଛନ୍ତି ସରକାର।
ପ୍ରମୁଖ ଖବର
MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍ ଲିକ୍ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍ ଦୁର୍ଘଟଣା: ଗଛରେ ପିଟିହେଲା ବସ୍, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ