ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଆସନ୍ତାକାଲି ଠାରୁ କମିବ ଶୀତ, ବଢିବ ତାପମାତ୍ରା

0

ଭୁବନେଶ୍ଵର: କିଛି ଦିନ ଧରି ରାତି ତାପମାତ୍ରା ହ୍ରାସ ପାଇବା ହେତୁ ଶୀତ ର ପ୍ରକୋପ ଅଧିକ ରହୁଛି। ତେବେ ଆସନ୍ତା କାଲି ଠାରୁ ରାତି ତାପମାତ୍ରା ୨-୪°C ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ତେଣୁ ଶୀତ ର ପ୍ରକୋପ ହ୍ରାସ ପାଇବ। ସେହିପରି ଏହି ସମୟ ରେ ଦିନ ତାପମାତ୍ରା ୧-୨°C ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ତେଣୁ ଦିନ ରେ ଖରା ସାମାନ୍ୟ ବୃଦ୍ଧି ପାଇପାରେ।

ଅନ୍ୟପଟେ ବଙ୍ଗୋପସାଗର ରେ ଏକ ଗୁରୁଚାପ କ୍ଷେତ୍ର ର ଉପସ୍ଥିତି ହେତୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବ ରେ ଉପକୂଳ ଓ ଆଖପାଖ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର , ଯାଜପୁର, କେଉଁଝର , ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳ ରେ ରାତି ଓ ସକାଳ ସମୟ ରେ ମଧ୍ୟମ ରୁ ଘନ କୁହୁଡ଼ି ପ୍ରଭାବ ରହିପାରେ। ସାର୍ଥକ ମିଶ୍ର

Leave A Reply

Your email address will not be published.