ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ

ଫେବୃଆରୀ ୧୩ରୁ ଓଡିଶା ବିଧାନସଭା ବଜେଟ ଅଧିବେଶନ

0

ଭୁବନେଶ୍ବର: ଫେବୃଆରୀ ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ୧୭ ରେ ବଜେଟ ଉପସ୍ଥାପନ ହେବ। ଫେବୃଆରୀ ୧୭ରେ ସରକାର ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ। ନୂଆ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ଅଧିବେଶନର ପ୍ରଥମ ଦିନ ଗୃହରେ ଅଭିଭାଷଣ ପ୍ରଦାନ କରିବେ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇ ଅଧିବେଶନ ଏପ୍ରିଲ ୫ ଯାଏ ଦୁଇଟି ପର୍ଯ୍ୟାୟରେ ଚାଲିବ।

ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ରୁ ୨୧ ପରେ ଫେବୃଆରୀ ୨୨ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ। ପୁନଃ ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ୟ୍ୟନ୍ତ ୨ୟ ପର୍ଯ୍ୟାୟ ଅଧିବେଶନ କାର୍ଯ୍ୟ ଚାଲିବ।

Leave A Reply

Your email address will not be published.