ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ରାଜ୍ୟ ବାହାରକୁ ଚାଲାଣ ବେଳେ ୨ହାତୀ ଦାନ୍ତ ଜବତ

0

ବାରିପଦା: ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଦେଉଳି ରେଞ୍ଜ ତଥା ଝାରପୋଖରିଆ ଥାନା ଅଞ୍ଚଳରୁ ବନବିଭାଗ ଆଜି ଚଢ଼ାଉ କରି ଏକ ଯୋଡ଼ା ହାତୀଦାନ୍ତକୁ ଜବତ କରିଛି। ଘଟଣାରେ ଜଡ଼ିତ ୪ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ କରାଯାଉଛି। ଅଟକ ୪ଜଣଙ୍କ ମଧ୍ୟରୁ ୨ଜଣ ଆନ୍ତଃରାଜ୍ୟ ଅଭିଯୁକ୍ତ ଥିବା ଜଣାପଡ଼ିଛି। ସେମାନେ ହେଲେ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଦେବସୁଲ ଗ୍ରାମର ଡାହିସାହି ଅଞ୍ଚଳର ବିର୍ଷା ମୁର୍ମୁ, ପଟଗଡ଼ିଆ ଗ୍ରାମର ଯୋଗେଶ୍ୱର ନାଏକ, ଝାରଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୁମ୍ ଜିଲ୍ଲାର ଗଣ୍ଡାନେଟା ଅଞ୍ଚଳର ମଙ୍ଗଲ ସୋରେନ, ଚାକୁଳିଆ ଥାନା ଅଞ୍ଚଳର କାଣିମହୁଲୀ ଗ୍ରାମର ବିଜୟ ହାଁସଦାଃ।

ହାତୀଦାନ୍ତ ବିକ୍ରି ନିମନ୍ତେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ ମାଡି ବସିଲା ବନ ବିଭାଗ ଟିମ। ହାତୀଦାନ୍ତ ଚାଲାଣ ନେଇ ବନ ବିଭାଗକୁ ବିଶ୍ୱସ୍ଥସୂତ୍ରରୁ ଖବର ମିଳିଥିଲା। ଯାହାକୁ ନେଇ ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶଙ୍କ ନିର୍ଦ୍ଦେଶକ୍ରମେ ଦେଉଳି ବନାଞ୍ଚଳ ରେଞ୍ଜ କର୍ମଚାରୀ ଓ ବନ ବିଭାଗର ଏନଫୋର୍ଷମେନ୍ଟ ଟିମ୍ ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଶୋଲା ନିକଟସ୍ଥ ଗୋଷାଣୀ ଛକରେ ଜାତୀୟ ରାଜପଥ ୪୯ରେ ଚଢ଼ାଉ କରିଥିଲେ। ହାତୀ ଦାନ୍ତ ଚୋରା ଚାଲାଣର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ଗୋଟିଏ ବାଇକରେ ୨ଜଣ ୨ଟି ହାତୀଦାନ୍ତକୁ ଗାମୁଛାରେ ବାନ୍ଧି ଏକ ବ୍ୟାଗରେ ନେଉଥିଲେ। ସେମାନଙ୍କୁ ସୁରକ୍ଷା ଦେଇ ଅନ୍ୟ ଏକ ବାଇକରେ ୨ଜଣ ସେମାନଙ୍କ ସହିତ ଯାଉଥିଲେ। ୨ଟି ହାତୀଦାନ୍ତ ଓ ଗୋଟିଏ ବାଇକ ଜବତ କରାଯାଇଛି। ଗୋଟିଏ ଦାନ୍ତର ଓଜନ ୧କିଲୋଗ୍ରାମ ହୋଇଥିବା ବେଳେ ଅନ୍ୟଟି ୧କିଲୋ ୨୦ଗ୍ରାମ ବୋଲି ଜଣାପଡିଛି।ପ୍ରାଥମିକ ତଦନ୍ତ ପରେ ହାତୀଦାନ୍ତ ଦୁଇଟିକୁ ଯାଞ୍ଚ ପାଇଁ ଓୟୁଏଟି ସ୍ଥିତ ଲ୍ୟାବକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ହାତୀର ପ୍ରକୃତ ବୟସ ଓ ତଥ୍ୟ ଜଣାପଡିବ ବୋଲି କୁହାଯାଇଛି। ଅଭିଯୁକ୍ତ ମାନଙ୍କୁ ଅଧିକ ପଚରାଉଚରା ଜାରି ରହିଥିବା ନେଇ ବାରିପଦା ବନଖଣ୍ଡ ଅତିରିକ୍ତ ବନ ସଂରକ୍ଷକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି।

Leave A Reply

Your email address will not be published.