ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ଜାନୁଆରୀ ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

0

ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ। ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟା ୩୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ବାହାରି ୧୦ଟା ୫୫ ମିନିଟରେ ଜନତା ମୈଦାନରେ ପହଞ୍ଚିବେ। ଦିନ ୧୧ଟାରୁ ୧୨ଟା ୩୦ ଯାଏଁ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଉପସ୍ଥିତ ରହିବେ ମୋଦି। ଏହାପରେ ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀମାନଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଔଦ୍ୟୋଗିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଭୁବନେଶ୍ବରରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

Leave A Reply

Your email address will not be published.