ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ରାଜଧାନୀରୁ ୪୨ କିଲୋ ଗଞ୍ଜେଇ ଜବତ, ୫ ଗିରଫ

0

ଭୁବନେଶ୍ବର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଦିନ ୪୨ କିଲୋ ଗଞ୍ଜେଇ ଜବତ କରିବା ସହ ପାଞ୍ଚ ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ।

ସୂଚନା ଅନୁଯାୟୀ, ପୋଲିସ ଟିମ୍ ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳରେ ଅଭିଯୁକ୍ତଙ୍କଠାରୁ ୨୦,୦୦୦ ଟଙ୍କା ସହ ଦୁଇଟି ମୋବାଇଲ୍ ଫୋନ୍ ଏବଂ ୩ଟି ବାଇକ ମଧ୍ୟ ଜବତ କରିଛି। ନିଶା ବେପାର ନେଇ ଖବର ପାଇବା ପରେ ହାତିଆସୁଣି ସ୍ଥିତ ବିଏମସି ୱେଲ୍ଥ ସେଣ୍ଟର ନିକଟରେ ପୋଲିସ ଟିମ୍ ଛପିଥିଲେ। ପରେ ପାଞ୍ଚ ଜଣ ଅଭିଯୁକ୍ତ ଦୁଇ ଚକିଆ ଗାଡ଼ିରେ ସେଠାରେ ପହଞ୍ଚିଥିଲା ବେଳେ ପୋଲିସ ସେମାନଙ୍କ ଉପରେ ଚଢ଼ଉ କରିଥିଲା।

ତେବେ ଗିରଫ ଅଭିଯୁକ୍ତମାନେ ଭୁବନେଶ୍ୱର ସାଲିଆସାହିର ବାସିନ୍ଦା ହୋଇଥିବା ବେଳେ ସେମାନେ ହେଉଛନ୍ତି ଦିଲ୍ଲୀପ କୁମାର ବରାଳ ଓରଫ ଦିଲୁଆ, ଜିତେନ୍ଦ୍ର ପ୍ରଧାନ ଓରଫ ମୁଣ୍ଡା ଜିତୁ, ପ୍ରକାଶ ଖଟୁଆ ଓରଫ ମିଥୁନ। ସେହିପରି ଅନ୍ୟ ମାନେ ହେଲେ ରବିନ୍ଦ୍ର ସାହୁ ଓରଫ ବାପୁନ ଏବଂ ନିକଲେଶ ପଣ୍ଡା ଓରଫ ପପୁ। ଅପରପକ୍ଷରେ ସେମାନଙ୍କ ବିରୋଧରେ ମୈତ୍ରୀ ବିହାର ଥାନାରେ ଏକ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.