ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା

0

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ସିଲିକନ କାର୍ବାଇଡ୍ ସେମିକଣ୍ଡକ୍ଟର ଉ୍‌ତ୍ପାଦନ ପ୍ଲାଂଟ। ସିଲିକନ୍ କାର୍ବାଇଡ୍ (ଏସଆଇସି) ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ପ୍ରତିଷ୍ଠା କରିବା ଲାଗି ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ପାଇଁ ଏକ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍‌ କୁ ଓଡ଼ିଶା କ୍ୟାବିନେଟ୍ ଅନୁମୋଦନ କରିଛି। କମ୍ପାନୀ ୬୧୮.୬୦ କୋଟି ଟଙ୍କା ବିନିଯୋଗରେ ରାଜଧାନୀରେ ଏହି ୟୁନିଟ୍ ସ୍ଥାପନ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ କ୍ୟାବିନେଟ ବୁଧବାର ଏହି ପ୍ରକଳ୍ପ ପାଇଁ କଷ୍ଟୋମାଇଜଡ୍ ପ୍ରୋତ୍ସାହନ ପ୍ୟାକେଜ୍ ଅନୁମୋଦନ କରିଛି।

ଉତ୍ପାଦନ ସୁବିଧା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ୨୦୨୪ ସେପ୍ଟେମ୍ବର ୭ତାରିଖରେ ଭୁବନେଶ୍ୱରର ଇନଫୋଭ୍ୟାଲିସ୍ଥିତ ଇଏମସି(ଇଲୋକ୍ଟ୍ରୋନିକ୍ସ ମ୍ୟାନୁଫାକଚରିଂ କ୍ଲଷ୍ଟର) ପାର୍କରେ ଅନୁଷ୍ଠିତ ହୋଇଥିଲା। ବିଶେଷକରି ବୈଦ୍ୟୁତିକ ଯାନ,ଅକ୍ଷୟ ଶକ୍ତି, ରେଳବାଇ ଓ ପ୍ରତିରକ୍ଷା କ୍ଷେତ୍ର ସହ ସିଆଇସି ଆଧାରିତ ଉପକରଣ ଏଠାରେ ଉତ୍ପାଦନ ହେବ। ଏହାଦ୍ୱାରା ୭୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଯାଇଛି। ଆରଆଇଆର ହେଉଛି ବିଏଚଇଏଲ(ଭେଲ୍‌),ଏବବି ଓ ଭାରତୀୟ ରେଳବାଇ ଭଳି ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଥିବା ଭାରତର ଏକମାତ୍ର ସିଲିକନ ଆଧାରିତ ଶକ୍ତିଉପକରଣ ଉତ୍ପାଦନକାରୀ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏହି ପ୍ରକଳ୍ପ ଓଡିଶାର ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମରେ ଅଗ୍ରଣୀ ହେବା ପାଇଁ ପ୍ରସ୍ତୁତ ହୋଇଛି, ଶିଳ୍ପ ଅଭିବୃଦ୍ଧି, ସ୍ଥାନୀୟ ଯୋଗାଣ ଶୃଙ୍ଖଳା ବିକାଶ ଏବଂ ଦକ୍ଷତା ସୁଯୋଗକୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

Leave A Reply

Your email address will not be published.