ପ୍ରମୁଖ ଖବର

ମାର୍ଚ୍ଚରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା
ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର
ପଶ୍ଚିମବଙ୍ଗ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସିଏପିଏଫ୍‍ କର୍ମଚାରୀଙ୍କ ଯାନବାହାନରେ ଲାଗିବ ଜିପିଏସ୍‍
ଏନସିଇଆରଟିର ୮ମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ସୁପ୍ରିମକୋର୍ଟର ଅସନ୍ତୋଷ
ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ: ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଫେରାଇବେ ପୂର୍ବତନ ପତ୍ନୀ
ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଗିରଫ,ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ଓଏସଆରଟିସି ବସ୍ ଦୁର୍ଘଟଣା: ୨ ମୃତ, ୧୦ ଗୁରୁତର

0

ଅନୁଗୁଳ: ଅନୁଗୁଳ ଜିଲ୍ଳାଲେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ଖମାର ଅଞ୍ଚଳରେ ଓଏସଆରଟିସି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ତାଳଚେଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ମୁତାବକ, ଆଜି ଅପରାହ୍ନରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)ର ଏକ ଯାତ୍ରୀବାହୀ ବସ୍‌ ବାରିପଦାରୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଭିମୁଖେ ଯାଉଥିବା ସମୟରେ ଖମାର ଥାନା ଅଧୀନ ଗହମ ପଞ୍ଚାୟତ ନିକଟରେ ଭାରସାମ୍ୟ ହରାଇ ସଂପୂର୍ଣ୍ଣ ଭାବେ ଓଲଟି ପଡ଼ିଥିଲା। ଫଳରେ କିଛି ଯାତ୍ରୀ ଦୁର୍ଘଟଣାଗ୍ରସ୍ତ ବସ୍‌ ତଳେ ଚାପି ହୋଇଯାଇଥିଲେ।

ଖବରପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ବସ୍ ଟି ଓଲଟି ପଡିଥିବାରୁ ଉଦ୍ଧାର କରିବାରେ ବିଳମ୍ବ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ସମସ୍ତ ଆହତଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ୧୦ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.