ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଦିଲ୍ଲୀବାସୀଙ୍କ ଲାଗି ଆପର ୧୫ ଗ୍ୟାରେଣ୍ଟି

0

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି। ଏହାମଧ୍ୟରେ ଆଜି(ସୋମବାର) ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ଏଥିରେ ଜନତାଙ୍କୁ ୧୫ ଗ୍ୟାରେଣ୍ଟି ଦେଇଛି ଆପ୍। ସେଥିମଧ୍ୟରେ ରହିଛି ଦିଲ୍ଲୀବାସୀଙ୍କ ଲାଗି ରୋଜଗାରର ଗ୍ୟାରେଣ୍ଟି ।

ମହିଳାଙ୍କୁ ପ୍ରତିମାସରେ ୨୧ଶହ ଟଙ୍କା ପେନସନ। ବରିଷ୍ଠ ନାଗରିକଙ୍କ ପାଇଁ ସଂଜୀବନୀ ଯୋଜନା। ଏଥିରେ ବରିଷ୍ଠ ନାଗରିଗଙ୍କୁ ମିଳିବ ମାଗଣା ସ୍ଵାସ୍ଥ୍ୟସେବା। ଛାତ୍ରଛାତ୍ରୀଙ୍କ ଲାଗି ଡ. ଆମ୍ବେଦକର ସ୍କଲାରସିପ ଯୋଜନା ଅଧିନରେ ପ୍ରତ୍ୟେକ ଦଳିତ ଛାତ୍ରଛାତ୍ରୀଙ୍କ ବିଦେଶରେ ପଢା ଖର୍ଚ୍ଚ ବହନ କରିବେ ଆପ ସରକାର। ଛାତ୍ରଛାତ୍ରୀଙ୍କ ଲାଗି ମାଗଣା ବସ ଯାତ୍ରା ସହ ମେଟ୍ରୋ ସେବାରେ ଛାତ୍ରଙ୍କ ଲାଗି ଯାତ୍ରାରେ ୫୦ ପ୍ରତିଶତ ରିହାତି ରହିଛି। ଦିଲ୍ଲୀର ସମସ୍ତ ସଡ଼଼କକୁ ପକ୍କା ସଡକ ଭାବେ ନିର୍ମାଣ ଲକ୍ଷ୍ୟ ରହିଛି।

ସେହିପରି ପୂଜାରୀ ଓ ଗୁରୁଦ୍ୱାରର ଗ୍ରନ୍ଥିମାନଙ୍କୁ ପ୍ରତିମାସରେ ୧୮ହଜାର ଟଙ୍କା ପାଉଣା ଦେବାକୁ ଘୋଷଣା କରିଛି ଆମ ଆଦମୀ ପାର୍ଟି। ପାଣି ପାଇଁ ଆସିଥିବା ଭୁଲ ବିଲକୁ ଛାଡ କରାଯିବ। ପ୍ରତି ଘରକୁ ୨୪ ଘଣ୍ଟିଆ ପରିଷ୍କାର ପାଣି ଯୋଗାଇବା ଗ୍ୟାରେଣ୍ଟି। ଯମୁନା ନଦୀକୁ ପ୍ରଦୂଷଣ ମୁକ୍ତ କରାଯିବ। ଭଡାଟିଆମାନଙ୍କୁ ମାଗଣା ବିଜୁଳି- ପାଣି ଗ୍ୟାରେଣ୍ଟି। ଓଭର ଫ୍ଲୋ ସମସ୍ୟା ଦୂର କରାଯିବା ଓ ପୁରୁଣା ଲାଇନ ବଦଳାଯିବା ଗ୍ୟାରେଣ୍ଟି। ନୂଆ ରାସନ କାର୍ଡ ତିଆରି କରାଯିବ। ଅଟୋ, ଟ୍ୟାକ୍ସି, ଇ-ରିକ୍ସାବାଲାଙ୍କ ଝିଅ ବିବାହ ପାଇଁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ, ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଓ ଜୀବନ ବୀମା ଓ ପିଲାମାନଙ୍କୁ ଭଲ ଶିକ୍ଷା ଦାନ ଗ୍ୟାରେଣ୍ଟି। ଦିଲ୍ଲୀର ସମସ୍ତ ଆରଡବ୍ଲ୍ୟୁଏ ଙ୍କୁ ପ୍ରାଇଭେଟ ଗାଡି ରଖିବା ପାଇଁ ଟଙ୍କା ଦିଆଯିବ।

ଏହାସହ ଦିଲ୍ଲୀର ସମସ୍ତ ଅଂଚଳରେ ଅତ୍ୟାଧୁନିକ ସ୍ବରେଜ ବ୍ୟବସ୍ଥା କରାଯିବ।ଦିଲ୍ଲୀ ଘୋଷଣାପତ୍ର ଜାରି ଅବସରରେ ବରିଷ୍ଠ ନେତା ମନୀଷ ସିସୋଦିଆ, ଆତିଶୀ, ସଞ୍ଜୟ ସିଂହ, ରାଘବ ଚଢା, ସୌରଭ ଭରଦ୍ବାଜ ସମେତ ଅନ୍ୟ ପ୍ରମୁଖ ନେତା ଉପସ୍ଥିତ ଥିଲେ।

Leave A Reply

Your email address will not be published.