ପ୍ରମୁଖ ଖବର

ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମନୋଜ ଆହୁଜା ହେଲେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ

0

ଭୁବନେଶ୍ବର: ପୂର୍ବ ଚିଠିକୁ ସଂଶୋଧନ ପରେ ମନୋଜ ଆହୁଜାଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବାବେଳେ, ପୂର୍ବ ଚିଠିରେ ଏସଜେଟିଏର ଅଧ୍ୟକ୍ଷ ବୋଲି ଉଲ୍ଲେଖ କରାଯାଇଥିଲା।

ହେଲେ ଏହି ଖବର ପ୍ରସାରଣ ପରେ ସେବାୟତ ପ୍ରତିକ୍ରିୟାଶୀଳ ହୋଇଥିଲେ। ନିୟମ ଅନୁସାରେ, ଗଜପତି ମହାରାଜ ପରିଚାଳନା କମିଟି ଅଧ୍ୟକ୍ଷ ରହିପାରିବେ। ତେବେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଯାହା ପରେ ଚିଠି ବଦଳାଯଇଥିଲା। ପରେ ପୁଣି ଥରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ। ଅଧ୍ୟକ୍ଷ ନୁହେଁ ବରଂ ସେ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ସଂଶୋଧିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ୨୦୨୪ ଅଗଷ୍ଟ ୧୩ ତାରିଖରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ ମନୋଜ ଆହୁଜା। ଗତ ବର୍ଷ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ବରିଷ୍ଠ ଆଇଏସ୍ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ମିଳିଥିଲା। ପରେ ଅଗଷ୍ଟ ମାସରେ ତାଙ୍କୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା। ଏହାପରେ ଡିସେମ୍ବର ମାସରେ ତାଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ପର୍ଯ୍ୟନ୍ତ ବଢାଇଦିଆଯାଇଥିଲା।

Leave A Reply

Your email address will not be published.