ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

କୁମ୍ଭମେଳାକୁ ଓଡ଼ିଶାରୁ ସ୍ୱତନ୍ତ୍ର ବସ୍‌ ସେବା ବାତିଲ କଲା ଓଏସଆରଟିସି

0

ଭୁବନେଶ୍ବର: କୁମ୍ଭମେଳା ପାଇଁ ଓଏସଆରଟିସି ପକ୍ଷରୁ ଓଡ଼ିଶାରୁ ଅଯୋଧ୍ୟାକୁ ବସ୍ ସେବା ଆରମ୍ଭ କରାଯାଇଥିଲା। ଯାହାକୁ ଏବେ ବାତିଲ କରି ଦିଆଯାଇଛି। ଫେବୃଆରୀ ୪ ତାରିଖ ଯାଏଁ ଓଏସଆରଟିସିର ସ୍ୱତନ୍ତ୍ର ବସ୍‌ ବାତିଲ୍‌ କରାଯାଇଛି। ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଏସଆରଟିସି ପକ୍ଷରୁ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାନୁଯାୟୀ ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ପୂର୍ବରୁ ପ୍ରବଳ ଜନ ସମାଗମ ହେତୁ ମହାକୁମ୍ଭ ମେଳାରେ ବଡ ଅଘଟଣ ଘଟିଥିଲା। ପ୍ରୟାଗରାଜ ସଙ୍ଗମ ସ୍ଥଳ ନିକଟରେ ଦଳାଚକଟା ଘଟଣାରେ ଏପର୍ଯ୍ୟନ୍ତ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଉତ୍ତରପ୍ରଦେଶ ସରକାର ସ୍ପଷ୍ଟ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ଦଳାଚକଟାରେ ୯୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି। ଟଙ୍କା ଫେରସ୍ତ ପାଇଁ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି। ଯେଉଁମାନେ ଆଗୁଆ ଟିକେଟ୍‌ କରିଥିଲେ, ସେମାନେ ଯୋଗାଯୋଗ କରି ପାରିବେ।

Leave A Reply

Your email address will not be published.