ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନିର୍ବାଚନ ପୂର୍ବରୁ ଆପକୁ ବଡ଼ ଝଟକା, ଇସ୍ତଫା ଦେଲେ ୭ ବିଧାୟକ

0

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିକୁ ବଡ଼ ଝଟକା ଲାଗିଛି। ଶୁକ୍ରବାର ଦଳର ୭ ବିଧାୟକ ଏକକାଳୀନ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେମାନେ ଇସ୍ତଫା ଦେବା ସହିତ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।

ଦଳ ଛାଡ଼ିଥିବା ବିଧାୟକମାନେ ହେଲେ ତ୍ରିଲୋକପୁରୀ ବିଧାନସଭା ଆସନରୁ ନିର୍ବାଚିତ ବିଧାୟକ ରୋହିତ ମହରୌଲିୟା, ଜନକପୁରୀ ବିଧାୟକ ରାଜେଶ ଋଷି, କସ୍ତୁରବାନଗର ବିଧାୟକ ମଦନଲାଲ, ପାଲମ ବିଧାୟକ ଭାବନା ଗୌଡ଼, ମହରୌଲି ବିଧାୟକ ନରେଶ ଯାଦବ, ଆଦର୍ଶନଗର ବିଧାୟକ ପବନ ଶର୍ମା ଏବଂ ବିଜଓ୍ବାସନ ବିଧାୟକ ବି.ଏସ. ଜୁନ। ଆଗାମୀ ନିର୍ବାଚନ ଲାଗି ଏହି ବିଧାୟକମାନଙ୍କୁ ଟିକେଟ ମିଳିନାହିଁ। ତେଣୁ ଅସନ୍ତୋଷ ପ୍ରକାଶ ସେମାନେ ଦଳ ଛାଡ଼ିଥିବା କୁହାଯାଉଛି।

ଆଗାମୀ ନିର୍ବାଚନ ଲାଗି ଏହି ବିଧାୟକମାନଙ୍କୁ ଟିକେଟ ମିଳିନାହିଁ। ତେଣୁ ଅସନ୍ତୋଷ ପ୍ରକାଶ ସେମାନେ ଦଳ ଛାଡ଼ିଥିବା କୁହାଯାଉଛି। ଅନ୍ୟପଟେ ଦୁର୍ନୀତି ଯୋଗୁ ସେମାନେ ଦଳ ଛାଡ଼ିଥିବା ବିଧାୟକମାନେ ଦର୍ଶାଇଛନ୍ତି।

Leave A Reply

Your email address will not be published.