ପ୍ରମୁଖ ଖବର

ପାତ୍ରପଡା ସୂତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ପେରୁରେ ପର୍ଯ୍ୟଟକ ବିମାନ ଦୁର୍ଘଟଣା, ୧୩ ମୃତ
ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ
କେରଳରେ ବର୍ଷା ବିତ୍ପାତ: ୮ ମୃତ, ୮ ନିଖୋଜ
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନିର୍ବାଚନ ପୂର୍ବରୁ ଆପକୁ ବଡ଼ ଝଟକା, ଇସ୍ତଫା ଦେଲେ ୭ ବିଧାୟକ

0

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିକୁ ବଡ଼ ଝଟକା ଲାଗିଛି। ଶୁକ୍ରବାର ଦଳର ୭ ବିଧାୟକ ଏକକାଳୀନ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେମାନେ ଇସ୍ତଫା ଦେବା ସହିତ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।

ଦଳ ଛାଡ଼ିଥିବା ବିଧାୟକମାନେ ହେଲେ ତ୍ରିଲୋକପୁରୀ ବିଧାନସଭା ଆସନରୁ ନିର୍ବାଚିତ ବିଧାୟକ ରୋହିତ ମହରୌଲିୟା, ଜନକପୁରୀ ବିଧାୟକ ରାଜେଶ ଋଷି, କସ୍ତୁରବାନଗର ବିଧାୟକ ମଦନଲାଲ, ପାଲମ ବିଧାୟକ ଭାବନା ଗୌଡ଼, ମହରୌଲି ବିଧାୟକ ନରେଶ ଯାଦବ, ଆଦର୍ଶନଗର ବିଧାୟକ ପବନ ଶର୍ମା ଏବଂ ବିଜଓ୍ବାସନ ବିଧାୟକ ବି.ଏସ. ଜୁନ। ଆଗାମୀ ନିର୍ବାଚନ ଲାଗି ଏହି ବିଧାୟକମାନଙ୍କୁ ଟିକେଟ ମିଳିନାହିଁ। ତେଣୁ ଅସନ୍ତୋଷ ପ୍ରକାଶ ସେମାନେ ଦଳ ଛାଡ଼ିଥିବା କୁହାଯାଉଛି।

ଆଗାମୀ ନିର୍ବାଚନ ଲାଗି ଏହି ବିଧାୟକମାନଙ୍କୁ ଟିକେଟ ମିଳିନାହିଁ। ତେଣୁ ଅସନ୍ତୋଷ ପ୍ରକାଶ ସେମାନେ ଦଳ ଛାଡ଼ିଥିବା କୁହାଯାଉଛି। ଅନ୍ୟପଟେ ଦୁର୍ନୀତି ଯୋଗୁ ସେମାନେ ଦଳ ଛାଡ଼ିଥିବା ବିଧାୟକମାନେ ଦର୍ଶାଇଛନ୍ତି।

Leave A Reply

Your email address will not be published.