ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି

0

ଗୁଜରାଟ: ପ୍ରଥମେ ଉତ୍ତରାଖଣ୍ଡ ପରେ, ଏବେ ଗୁଜରାଟରେ ଖୁବ ଶୀଘ୍ର ଲାଗୁ ହୋଇପାରେ ୟୁସିସି। ମୁଖ୍ୟମନ୍ତ୍ରୀ ଏକ ସମାନ ନାଗରିକ ସଂହିତା (ୟୁସିସି) ପ୍ରସ୍ତୁତ ଏବଂ ପ୍ରଣୟନ ପାଇଁ ଏକ ୫ ଜଣିଆ କମିଟି ଗଠନ କରିଛନ୍ତି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି।
ଗୁଜରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମାନ ନାଗରିକ ସଂହିତା ପ୍ରସ୍ତୁତ ଏବଂ ପ୍ରଣୟନ କରିବା ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ ୫ ଜଣିଆ କମିଟି ଗଠନ କରାଯାଇଛି। କମିଟି ୪୫ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବ। ଏହି ରିପୋର୍ଟ କୁ ଆଧାର କରି ସରକାର ନିଷ୍ପତ୍ତି ନେବେ।

ଏହା ପୂର୍ବରୁ ଗୁଜରାଟ ସରକାର ୨୦୨୨ ମସିହାରେ ଏକ କମିଟି ଗଠନ କରିଥିଲେ। ରାଜ୍ୟରେ ୟୁସିସି ଆବଶ୍ୟକ କି ନାହିଁ ତାହା ଜାଣିବା ପାଇଁ ଏହି କମିଟି ଗଠନ କରାଯାଇଥିଲା। ଏହା ସହିତ, ପ୍ୟାନେଲ ଏହାର କାର୍ଯ୍ୟାନ୍ୱୟନ ପାଇଁ ଏକ ଖସଡ଼ା ପ୍ରସ୍ତୁତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ସମାନ ନାଗରିକ ସଂହିତାରେ ଏପରି ବ୍ୟକ୍ତିଗତ ଆଇନ ପ୍ରତିଷ୍ଠା କରିବାର ପ୍ରସ୍ତାବ ଅଛି ଯାହା ଧର୍ମ, ଲିଙ୍ଗ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ ହେବ। ଏହି ପଦକ୍ଷେପ ସାରା ଦେଶରେ ନାଗରିକଙ୍କ ବ୍ୟକ୍ତିଗତ ବିଷୟଗୁଡ଼ିକୁ ପରିଚାଳନା କରୁଥିବା ଆଇନଗତ ବ୍ୟବସ୍ଥାରେ ସମାନତା ଆଣିବା ପାଇଁ ଭାଜପାର ଚାଲିଥିବା ପ୍ରୟାସର ଏକ ଅଂଶ।

Leave A Reply

Your email address will not be published.