ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଲାଞ୍ଚ ନେଇ ଗିରଫ ହେଲେ ବିରମହାରାଜପୁର ଥାନା ଏଏସଆଇ

0

ବିରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନାରେ କାର୍ଯ୍ୟରତ ଏଏସଆଇ ବୁଡୁ ଭୋଇଙ୍କୁ ଧରିଛି ଭିଜିଲାନ୍ସ। ଏକ ଦୁର୍ଘଟଣାରେ ଜବତ ହୋଇଥିବା ମୋଟର ସାଇକେଲ ଛାଡ଼ିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ବୁଡୁ।

ବର୍ତ୍ତମାନ ବୁଡୁ ଭୋଇଙ୍କ ସୁବର୍ଣ୍ଣପୁର ପଟାଭାଡ଼ି ସ୍ଥିତ ଘର ସହିତ ବୀରମହାରାଜପୁର ଥାନାରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍। ଏହା ସହିତ ବୁଦୁ ଭୋଇଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ଏବେ ଅଧିକ ଯାଞ୍ଚ ସହିତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ ବି ଆରମ୍ଭ କରି ଦେଇଛି।

ବୀରମହାରାଜପୁର ଥାନା ଅତିରିକ୍ତ ପୋଲିସ ସବ୍ ଇନ୍ସପେକ୍ଟର ବୁଦୁ ଭୋଇ ଏକ ଗାଡି ଧକ୍କା ମାମଲାରେ ଅଭିଯୋଗକାରୀଙ୍କୁ ତାଙ୍କ ଦୁଇ ଚକିଆ ଗାଡି ମୁକୁଳାଇବା ପାଇଁ ଦୀର୍ଘ ଏକ ମାସ ହେବ ଥାନାକୁ ଦଉଡାଇ ଚାଲିଥିଲେ। ଏହା ସହ ମାତ୍ରାଧିକ ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରିବାରୁ, ତାଙ୍କୁ ଥାନାକୁ ଡକାଇ ମାନସିକ ନିର୍ଯ୍ୟାତନା ବି ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସରେ ଜଣାଇଥିଲେ।

ଏହା ପରେ ଭିଜିଲାନ୍ସର ଯୋଜନା ଅନୁସାରେ ପୀଡିତ ଜଣକ ୬ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ। ଭିଜିଲାନ୍ସ ଭୋଇଙ୍କୁ ଟଙ୍କା ଗ୍ରହଣ କରିବା ଅବସ୍ଥାରେ ଧରିବା ପାଇଁ ଯୋଜନା କରିଥିଲା। ଆଜି ଦିନ ୧୨ଟା ସମୟରେ ଯୋଜନା ମୁତାବକ ଅଭିଯୋଗକାରୀଙ୍କ ଠାରୁ ଏଏସଆଇ ବୁଦୁ ଭୋଇ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିବାରେ ସକ୍ଷମ ହୋଇଛି। ସଂପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ ସହ ଅଧିକ ତଦନ୍ତ ଚଲାଇଛି ଦୁର୍ନୀତି ନିବାରଣ ସଂସ୍ଥା ।

Leave A Reply

Your email address will not be published.