ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ଲାଞ୍ଚ ନେଇ ଗିରଫ ହେଲେ ବିରମହାରାଜପୁର ଥାନା ଏଏସଆଇ

0

ବିରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନାରେ କାର୍ଯ୍ୟରତ ଏଏସଆଇ ବୁଡୁ ଭୋଇଙ୍କୁ ଧରିଛି ଭିଜିଲାନ୍ସ। ଏକ ଦୁର୍ଘଟଣାରେ ଜବତ ହୋଇଥିବା ମୋଟର ସାଇକେଲ ଛାଡ଼ିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ବୁଡୁ।

ବର୍ତ୍ତମାନ ବୁଡୁ ଭୋଇଙ୍କ ସୁବର୍ଣ୍ଣପୁର ପଟାଭାଡ଼ି ସ୍ଥିତ ଘର ସହିତ ବୀରମହାରାଜପୁର ଥାନାରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍। ଏହା ସହିତ ବୁଦୁ ଭୋଇଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ଏବେ ଅଧିକ ଯାଞ୍ଚ ସହିତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ ବି ଆରମ୍ଭ କରି ଦେଇଛି।

ବୀରମହାରାଜପୁର ଥାନା ଅତିରିକ୍ତ ପୋଲିସ ସବ୍ ଇନ୍ସପେକ୍ଟର ବୁଦୁ ଭୋଇ ଏକ ଗାଡି ଧକ୍କା ମାମଲାରେ ଅଭିଯୋଗକାରୀଙ୍କୁ ତାଙ୍କ ଦୁଇ ଚକିଆ ଗାଡି ମୁକୁଳାଇବା ପାଇଁ ଦୀର୍ଘ ଏକ ମାସ ହେବ ଥାନାକୁ ଦଉଡାଇ ଚାଲିଥିଲେ। ଏହା ସହ ମାତ୍ରାଧିକ ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରିବାରୁ, ତାଙ୍କୁ ଥାନାକୁ ଡକାଇ ମାନସିକ ନିର୍ଯ୍ୟାତନା ବି ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସରେ ଜଣାଇଥିଲେ।

ଏହା ପରେ ଭିଜିଲାନ୍ସର ଯୋଜନା ଅନୁସାରେ ପୀଡିତ ଜଣକ ୬ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ। ଭିଜିଲାନ୍ସ ଭୋଇଙ୍କୁ ଟଙ୍କା ଗ୍ରହଣ କରିବା ଅବସ୍ଥାରେ ଧରିବା ପାଇଁ ଯୋଜନା କରିଥିଲା। ଆଜି ଦିନ ୧୨ଟା ସମୟରେ ଯୋଜନା ମୁତାବକ ଅଭିଯୋଗକାରୀଙ୍କ ଠାରୁ ଏଏସଆଇ ବୁଦୁ ଭୋଇ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିବାରେ ସକ୍ଷମ ହୋଇଛି। ସଂପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ ସହ ଅଧିକ ତଦନ୍ତ ଚଲାଇଛି ଦୁର୍ନୀତି ନିବାରଣ ସଂସ୍ଥା ।

Leave A Reply

Your email address will not be published.