ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ନୂଆ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

0

ଭୁବନେଶ୍ବର: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଶୁକ୍ରବାର ଡୁମୁଡୁମାରେ ନୂଆ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ମାର୍ଟ ସିଟି ଭୁବନେଶ୍ୱର କ୍ରମାଗତ ସବୁ କ୍ଷେତ୍ରରେ ଉନ୍ନତି କରୁଥିବାବେଳେ ମୃତ୍ୟୁପରେ ମଣିଷର ସମ୍ମାନ ଓ ତାଙ୍କ ପରିବାରର ସୁବିଧା ନିଶ୍ଚିତ କରିବାକୁ ସରକାର ଦୃଢ଼ ସଂକଳ୍ପବଦ୍ଧ। ଏହି ପରିପ୍ରେକ୍ଷୀରେ ଡୁମୁଡୁମାରେ ନିର୍ମିତ ହେବାକୁ ଥିବା ନୂଆ ଶ୍ମଶାନ ଭୂମି ୧.୫୮ ଏକର ଜମିରେ ବିସ୍ତୃତ ହେବ ଏବଂ ଏହା ମୋଟ ୪.୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତୁତ ହେବ।

ଏଥିରେ ଅପେକ୍ଷା କରିବା ପାଇଁ ବଡ଼ ହଲ୍, ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଅଲଗା ପୋଷାକ ପରିବର୍ତ୍ତନ କକ୍ଷ, ପ୍ରଶାସନିକ ଭବନ, ଜଳାଶୟ ଏବଂ ଦାହ ସଂସ୍କାର ପାଇଁ ଆଧୁନିକ ବିଦ୍ୟୁତ/ଗ୍ୟାସ ଭଳି ବ୍ୟବସ୍ଥା ରହିବ। ଅନ୍ୟପଟେ ସମସ୍ତଙ୍କ ସୁବିଧା ସକାଶେ, ଏହି ସ୍ମଶାନରେ ରାମ୍ପ ଏବଂ ସାଇନେଜ୍ ବ୍ୟବସ୍ଥା ରହିବ। ଏଠି ଗାଡ଼ି ପାର୍କିଂ ପାଇଁ, ସୁରକ୍ଷା ସୁବ୍ୟବସ୍ଥା ରହୁଥିବାବେଳେ ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ଏକ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀ ମଧ୍ୟ ରହିବ।

Leave A Reply

Your email address will not be published.