ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଫ୍ଲଡ ଲାଇଟ ବନ୍ଦ ଘଟଣାରେ ଓସିଏକୁ କାରଣ ଦର୍ଶାଅ ନୋଟିସ

0

କଟକ: ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ଚାଲୁଥିବା ବେଳେ ଫ୍ଲଡ୍ ଲାଇଟ୍ ବନ୍ଦ ହେବା ପ୍ରସଙ୍ଗରେ ଆକସନ ମୋଡରେ ରାଜ୍ୟ ସରକାର। ଓଡ଼ିଶା କ୍ରିକେଟ ଆସୋସିଏସନ (OCA)କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା କ୍ରୀଡ଼ା ଓ ଯୁବ ସେବା ବିଭାଗ। କାହିଁକି ଲାଇଟ ବନ୍ଦ ହେଲା?, ଏନେଇ ସୋ କଜ୍ ନୋଟିସ୍ ଜାରି କରିଛି କ୍ରୀଡା ବିଭାଗ। ଏଭଳି ଅବ୍ୟବସ୍ଥାକୁ ନେଇ ୧୦ ଦିନ ଭିତରେ ଉତ୍ତର ରଖିବାକୁ ଓସିଏକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣା ପାଇଁ ଦାୟୀ କିଏ ତାହା ୧୦ ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାକୁ ନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଏଭଳି ଦାୟିତ୍ବହୀନତା ପାଇଁ କାର୍ଯ୍ୟନୁଷ୍ଠାନ ହେବ। ବାରବାଟୀରେ ଫ୍ଲଡ୍ ଲାଇଟ ବନ୍ଦ ହେବା ଘଟଣା କ୍ରୀଡା ପ୍ରେମୀଙ୍କୁ ଆଘାତ ଦେଇଛି। ଏନେଇ କ୍ରୀଡା ବିଭାଗ ଓସିଏକୁ ନୋଟିସ୍ କରିଛି। ଲାଇଟ ଲିଭିବା ବଡ କଥା ନୁହେଁ, ବିଳମ୍ବ ହେବା ବଡ କଥା। ସବୁ ବ୍ୟବସ୍ଥା ଥାଇ ମଧ୍ୟ, କାହିଁକି ଡିଜି ଚଳାଇବାରେ ବିଳମ୍ବ ହେଲା, ସେନେଇ ତଦନ୍ତ ହେବ। କିଏ ଏବଂ କେଉଁ କିମିଟି ଏ ଦାୟିତ୍ବରେ ଥିଲେ ଜଣାଇବାକୁ କୁହାଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ହେବ।

ଗତକାଲି (ରବିବାର) କଟକ ବାରବାଟୀ ଷ୍ଟାଡିମୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯାଉଥିଲା। ଇଂଲଣ୍ଡ ବ୍ୟାଟିଂ କରିବା ପରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଓପନିଂ ଯୋଡି ରୋହିତ ଶର୍ମା ଓ ଶୁବମନ ଗିଲ ବ୍ୟାଟିଂ କରୁଥିବା ସମୟରେ ହଠାତ ଷ୍ଟାଡିୟମରେ ଲାଗିଥିବା ଗୋଟିଏ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯାଇଥିଲା। ଦଳୀୟ ସ୍କୋର ୬ .୧ ଓଭରରେ ୪୮ ରନ ହୋଇଥିବା ବେଳେ ବ୍ୟାଟିଂ ନକରି ପାଭିଲିୟନକୁ ଫେରିଥିଲେ ଦୁଇ ଓପନର। ଷ୍ଟାଡିୟମ ଅନ୍ଧାର ରହିବାରୁ ୩୦ ମିନିଟ ପର୍ଯ୍ୟନ୍ତ ବନ୍ଦ ରହିଥିଲା ମ୍ୟାଚ। ମ୍ୟାଚ ବନ୍ଦ ରହିବାରୁ ଏହାକୁ ନେଇ ଅସନ୍ତୋଷ ଜାହିର କରିଥିଲେ ଖେଳାଳିଙ୍କ ଠାରୁ ଆରମ୍ଭ କରି ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକ। ଅନ୍ତର୍ଜାତୀୟ ମ୍ୟାଚରେ ଏପରି ଅବ୍ୟବସ୍ଥାକୁ ନେଇ ଓସିଏକୁ ନିନ୍ଦିତ ହେବାକୁ ପଡିଥିଲା। ଫ୍ଲଡ୍ ଲାଇଟ୍ ଜଳିବା ପରେ ପୁଣି ମ୍ୟାଚ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.