ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଭକ୍ତ ଚରଣ ଦାସ ହେଲେ ପିସିସି ସଭାପତି

0

ଭୁବନେଶ୍ବର: କିଏ ହେବ କଂଗ୍ରେସ ପିସିସି ସଭାପତି ? ଏହାକୁ ଅନେକ ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା। ଶେଷରେ ପିସିସି ସଭାପତିଙ୍କ ନାଁ ଘୋଷଣା କଲା ଏଆଇସିସି। ଓଡ଼ିଶା ପିସିସି ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ ନାଁ ଘୋଷଣା କରାଯାଇଛି। ଏନେଇ ଏଆଇସିସି ସୂଚନା ଦେଇଛି।

ସୂଚନାଯୋଗ୍ୟ, ଶରତ ପଟ୍ଟନାୟକଙ୍କ ଇସ୍ତଫା ପରେ ପିସିସି ସଭାପତି ପଦ ଖାଲି ପଡ଼ିଥିଲା। ଏପରିକି ଦୀର୍ଘଦୀନ ହେବ ବିନା ମୁଖିଆରେ ରାଜ୍ୟ କଂଗ୍ରେସ ପରିଚାଳିତ ହେଉଥିଲା। ମୁଖିଆ ନଥିବାରୁ ଦଳୀୟ କର୍ମୀଙ୍କୁ ମାର୍ଗଦର୍ଶନ ମିଳୁ ନଥିଲା। ଏପରିକି ପିସିସି ସଭାପତିକୁ ନେଇ ସମୟେ ସମୟେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେଉଥିଲା।

ଦୀର୍ଘଦିନ ମୁଖିଆ ପଦ ଖାଲି ପଡ଼ିବା କାରଣରୁ ବରିଷ୍ଠ ନେତାମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିବାକୁ ଲାଗିଥିଲେ। ଏଆଇସିସି ଯାହାକୁ ବି ଦାୟିତ୍ବ ଦେବାକୁ ଚାହୁଁଛନ୍ତି, ତୁରନ୍ତ ଦେବାକୁ ଦଳରୁ ଦାବି ଉଠବାରେ ଲାଗିଥିଲା।

Leave A Reply

Your email address will not be published.