ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ରାଜ୍ୟରେ ଖାଲିପଡିଛି ଆଇଏଏସ୍ ଏବଂ ଆଇପିଏସ୍ ପଦବୀ

0

ଭୁବନେଶ୍ବର: ରାଜ୍ୟରେ ଖାଲି ପଡିଛି ୬୬ ଆଇଏଏସ୍ ପଦବୀ ଓ ୬୯ ଆଇପିଏସ୍ ପଦବୀ। ଓଡ଼ିଶାରେ ବର୍ତ୍ତମାନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଉଛି। ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଶାସନ ସମସ୍ୟା ଏବଂ ଆଇନ ଶୃଙ୍ଖଳାକୁ ବିଗାଡିବାର ଇଙ୍ଗିତ କରୁଛି। ସୋମବାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା ସୂଚନା ଦେଇଛନ୍ତି।

ରାଜ୍ୟରେ ଏବେ ମୋଟ ୨୪୮ ଆଇଏଏସ୍ ମଧ୍ୟରୁ ୧୮୨ ଜଣ କାର୍ଯ୍ୟରତ ଅଛନ୍ତି। ଦୁଇ ଜଣ ଆଇଏଏସ୍ ଅଧିକାରୀ ଆନ୍ତଃ-କ୍ୟାଡର ଡେପୁଟେସନରେ କାମ କରୁଥିବା ବେଳେ ୨୨ ଜଣ ଆଇଏଏସ୍ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି। ୧୯୫ଟି ଆଇପିଏସ୍ ପଦବୀ ମଧ୍ୟରୁ ୬୯ ପଦବୀ ଖାଲି ପଡିଛି। ୧୦ ଆଇପିଏସ୍ ୫ ବର୍ଷରୁ ଉର୍ଦ୍ଦ୍ବ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ବୋଲି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ ବଢୁଛି ଅପରାଧିକ କାର୍ଯ୍ୟକଳାପ। ୨୦୨୩ ତୁଳନାରେ ୨୦୨୪ରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ଘଟିଛି। ରାଜ୍ୟରେ ୨୦୨୩ ମସିହାରେ ସର୍ବମୋଟ ୧ ଲକ୍ଷ ୯୯ ହଜାର ୯ଶହ ୫୪ ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିଲା। ହେଲେ ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି। ଏଥୁରୁ ପରିଲକ୍ଷିତ ହେଉଅଛି ଯେ ୨୦୨୩ ମସିହା ତୁଳନାରେ ୨୦୨୪ ମସିହାରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ଘଟିଛି। ୨୦୨୩ରେ ଚୋରିକୁ ନେଇ ମୋଟ୍ ୧୬ ହଜାର ୮ଶହ ୫୧ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୪ରେ ଏହା ବୃଦ୍ଧି ପାଇ ୧୭ ହଜାର ୮ଶହ ୦୫ ହୋଇଛି। ସେହିପରି ଦୁର୍ଘଟଣାରେ ୨୦୨୩ରେ ୧୧,୯୯୨ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୪ରେ ୧୨,୩୭୫ ଏବଂ ଦୁଷ୍କର୍ମ ମାମଲାରେ ୨୦୨୩ରେ ୨,୮୨୬ ଥିବା ବେଳେ ୨୦୧୪ରେ ଏହାର ବୃଦ୍ଧି ପାଇଁ ୩,୦୫୪ ହୋଇଛି।

Leave A Reply

Your email address will not be published.