ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ,

0

ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ବିହାର: ବିହାର ରାଜନୀତିରେ ସୋମବାର ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଜେପିର ଦୀର୍ଘଦିନର ଗଡ଼ ଭାବେ ପରିଚିତ ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ନିଜର ପ୍ରଥମ ନିର୍ବାଚନୀ ବିଜୟ ହାସଲ କରିଛନ୍ତି। ସେ ବିଜେପି ପ୍ରାର୍ଥୀ ନୀରଜ କୁମାର ସିହ୍ନାଙ୍କୁ ୧୯,୩୨୪ ଭୋଟର ବ୍ୟବଧାନରେ ପରାସ୍ତ କରିଛନ୍ତି।

ନିର୍ବାଚନ ଫଳାଫଳ ଅନୁଯାୟୀ, ପ୍ରଶାନ୍ତ କିଶୋର ୬୪,୧୫୧ ଭୋଟ ପାଇଥିବା ବେଳେ ବିଜେପିର ନୀରଜ କୁମାର ସିହ୍ନା ୪୪,୮୨୭ ଭୋଟ ପାଇଥିଲେ। ଆରଜେଡି ପ୍ରାର୍ଥୀ ରେଖା କୁମାରୀ ତୃତୀୟ ସ୍ଥାନରେ ରହିଥିଲେ। ଏହା ପ୍ରଶାନ୍ତ କିଶୋରଙ୍କ ରାଜନୈତିକ ଜୀବନର ପ୍ରଥମ ନିର୍ବାଚନୀ ବିଜୟ ହୋଇଥିବା ବେଳେ ଜନ ସୁରାଜ ପାର୍ଟି ପାଇଁ ମଧ୍ୟ ଏହା ଏକ ଐତିହାସିକ ସଫଳତା ବୋଲି କୁହାଯାଉଛି।

୧୯୯୫ ମସିହାରୁ ବିଜେପି ନିୟନ୍ତ୍ରଣରେ ଥିବା ବାଙ୍କିପୁର ଆସନରେ ଏହି ବିଜୟ ବିହାରର ରାଜନୈତିକ ସମୀକରଣକୁ ନୂଆ ମୋଡ଼ ଦେଇଛି। ବିଶେଷକରି ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଫଳାଫଳକୁ ଜନ ସୁରାଜ ପାର୍ଟିର ବଢ଼ୁଥିବା ପ୍ରଭାବ ଏବଂ ବିଜେପି ପାଇଁ ଏକ ବଡ଼ ରାଜନୈତିକ ଝଟକା ଭାବେ ଦେଖାଯାଉଛି।

Leave A Reply

Your email address will not be published.