ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ,

0

ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ବିହାର: ବିହାର ରାଜନୀତିରେ ସୋମବାର ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଜେପିର ଦୀର୍ଘଦିନର ଗଡ଼ ଭାବେ ପରିଚିତ ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ନିଜର ପ୍ରଥମ ନିର୍ବାଚନୀ ବିଜୟ ହାସଲ କରିଛନ୍ତି। ସେ ବିଜେପି ପ୍ରାର୍ଥୀ ନୀରଜ କୁମାର ସିହ୍ନାଙ୍କୁ ୧୯,୩୨୪ ଭୋଟର ବ୍ୟବଧାନରେ ପରାସ୍ତ କରିଛନ୍ତି।

ନିର୍ବାଚନ ଫଳାଫଳ ଅନୁଯାୟୀ, ପ୍ରଶାନ୍ତ କିଶୋର ୬୪,୧୫୧ ଭୋଟ ପାଇଥିବା ବେଳେ ବିଜେପିର ନୀରଜ କୁମାର ସିହ୍ନା ୪୪,୮୨୭ ଭୋଟ ପାଇଥିଲେ। ଆରଜେଡି ପ୍ରାର୍ଥୀ ରେଖା କୁମାରୀ ତୃତୀୟ ସ୍ଥାନରେ ରହିଥିଲେ। ଏହା ପ୍ରଶାନ୍ତ କିଶୋରଙ୍କ ରାଜନୈତିକ ଜୀବନର ପ୍ରଥମ ନିର୍ବାଚନୀ ବିଜୟ ହୋଇଥିବା ବେଳେ ଜନ ସୁରାଜ ପାର୍ଟି ପାଇଁ ମଧ୍ୟ ଏହା ଏକ ଐତିହାସିକ ସଫଳତା ବୋଲି କୁହାଯାଉଛି।

୧୯୯୫ ମସିହାରୁ ବିଜେପି ନିୟନ୍ତ୍ରଣରେ ଥିବା ବାଙ୍କିପୁର ଆସନରେ ଏହି ବିଜୟ ବିହାରର ରାଜନୈତିକ ସମୀକରଣକୁ ନୂଆ ମୋଡ଼ ଦେଇଛି। ବିଶେଷକରି ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଫଳାଫଳକୁ ଜନ ସୁରାଜ ପାର୍ଟିର ବଢ଼ୁଥିବା ପ୍ରଭାବ ଏବଂ ବିଜେପି ପାଇଁ ଏକ ବଡ଼ ରାଜନୈତିକ ଝଟକା ଭାବେ ଦେଖାଯାଉଛି।

Leave A Reply

Your email address will not be published.