ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି,

0

ବ୍ରହ୍ମପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ସୋମବାର ଦିନଟି ସ୍ମରଣୀୟ ହୋଇ ରହିଛି। ପ୍ରଥମ ଥର ପାଇଁ ସେ ସ୍ୱତନ୍ତ୍ର ‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାତ୍ରା କରିଥିଲେ। ରାଷ୍ଟ୍ରପତିଙ୍କ ଏହି ଯାତ୍ରା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ସକାଳ ପ୍ରାୟ ୯ଟାରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଛାଡ଼ିଥିବା ‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନ ପ୍ରାୟ ୨ ଘଣ୍ଟା ୧୦ ମିନିଟ୍‌ର ଯାତ୍ରା ପରେ ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ବ୍ରହ୍ମପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା। ସେଠାରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ।

ରେଳ ଷ୍ଟେସନ ପରିସରରେ ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା। ବ୍ୟାଘ୍ର ନୃତ୍ୟ, ସଂକୀର୍ତ୍ତନ, ପାରମ୍ପରିକ ଲୋକନୃତ୍ୟ, ଶୁଭ ଶଙ୍ଖଧ୍ୱନି ଓ ବାଦ୍ୟର ତାଳେ ତାଳେ କଳାକାରମାନେ ଦେଶର ପ୍ରଥମ ନାଗରିକଙ୍କୁ ଭବ୍ୟ ଅଭିନନ୍ଦନ ଜଣାଇଥିଲେ। ରାଷ୍ଟ୍ରପତି ମଧ୍ୟ କଳାକାରମାନଙ୍କ ସହ କିଛି ସମୟ ଆଲୋଚନା କରିବା ସହ ସେମାନଙ୍କ ସହ ଫଟୋ ଉଠାଇଥିଲେ।

ବ୍ରହ୍ମପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ସଡ଼କ ପଥରେ ତପ୍ତପାଣି ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ସେ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।ରାଷ୍ଟ୍ରପତିଙ୍କ ଏହି ସ୍ୱତନ୍ତ୍ର ରେଳ ଯାତ୍ରା ଓ ବ୍ରହ୍ମପୁରରେ ହୋଇଥିବା ଭବ୍ୟ ସ୍ୱାଗତ ଓଡ଼ିଶା ଗସ୍ତକୁ ଏକ ଐତିହାସିକ ଓ ସ୍ମରଣୀୟ ଅଧ୍ୟାୟରେ ପରିଣତ କରିଛି।

Leave A Reply

Your email address will not be published.