ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି

0

ଭୁବନେଶ୍ବର: ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି। ଆଜି ଛାତ୍ରଛାତ୍ରୀ ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଛନ୍ତି। ବିଜ୍ଞାନ ସି ସେଟ୍‌ରେ ୪ ମାର୍କ କମ୍‌ ଥିବା ସୂଚନା ମିଳିଛି। ଏପଟେ ବୋର୍ଡ ସଭାପତି ତ୍ରୁଟିକୁ ସ୍ୱୀକାର କରିଛନ୍ତି। ବୋର୍ଡ ସଭାପତି କହିଛନ୍ତି, ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର କରୁଛୁ। ମୂଲ୍ୟାୟନ କମିଟି ଏନେଇ ବିଚାର କରି ନିଷ୍ପତ୍ତି ନେବ। ମୋ ପକ୍ଷରୁ ପିଲାଙ୍କୁ ଆଶ୍ବସ୍ତି କରୁଛି ବୋଲି ସେ କହିଛନ୍ତି।

ମାଟ୍ରିକ ପରୀକ୍ଷାର ଆଜି ଚତୁର୍ଥ ଦିନ। ଚତୁର୍ଥ ଦିନରେ ଆଜି ବିଜ୍ଞାନ ବିଷୟରେ ପରୀକ୍ଷା ଥିଲା। ପରୀକ୍ଷା ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟା ଯାଏ ଚାଲିଥିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ହାଇସ୍କୁଲ ସାର୍ଟିଫିକେଟ(ମାଟ୍ରିକ) ପରୀକ୍ଷା ଫେବୃଆରୀ ୨୧ରୁ ଆରମ୍ଭ ହୋଇଥିବାବେଳେ ଏହା ମାର୍ଚ୍ଚ ୬ତାରିଖ ଯାଏ ଚାଲିବ। ରାଜ୍ୟରେ ହୋଇଥିବା ୩ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ଦେଉଛନ୍ତି। କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି। ୬ଶହ କେନ୍ଦ୍ରରେ ଲାଇଭ ଭିଡିଓ ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍ ରୋକିବା ପାଇଁ କ୍ୟୁଆର୍‌ କୋର୍ଡ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.