ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଟଙ୍କା ଝାମ୍ପି ନେବାବେଳେ ନିସ୍ତୁକ ମାଡ ଖାଇଲେ ଲୁଟେରା

0

ବରଗଡ଼: ବରଗଡ଼ ସହରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ମୁଖ୍ୟ ଶାଖା କାଉଣ୍ଟରରୁ ଶନିବାର ମଧ୍ୟାହ୍ନରେ ଲକ୍ଷାଧିକ ଟଙ୍କା ଲୁଟ୍ କରି ଚମ୍ପଟ୍ ମାରୁଥିବା ଜଣେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଗୋଡାଇ ଧରିବାରେ ସକ୍ଷମ ହୋଇଛନ୍ତି।

ଜଣେ ଗ୍ରାହକ ପ୍ରାୟ ୭୭ ହଜାର ଟଙ୍କା ଜମା କରିବା ବେଳେ ଝାମ୍ପି ନେଉଥିଲେ ଲୁଟେରା। ଅଭିଯୁକ୍ତ ଜଣକ ଟଙ୍କା ଝାମ୍ପି ନେଇ ଫେରାର ବେଳେ ସେଠାରେ ଥିବା ଲୋକେ ଅଭିଯୁକ୍ତକୁ ମାଡି ବସିଥିଲେ। ସ୍ଥାନୀୟ ଲୋକେ ଲୁଟେରାକୁ ଧରି ନିସ୍ତୁକ ମାଡ ମାରି ପୁଲିସ ଜିମା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଅଭିଯୁକ୍ତ ଯୁବକଙ୍କ ପରିଚୟ ମିଳି ପାରି ନାହିଁ। ସ୍ଥାନୀୟ ଟାଉନ ଥାନା ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ତେବେ ଏଥିରେ ଆଉ କେହି ଅଭିଯୁକ୍ତ ସମ୍ପୃକ୍ତ ରହିଥିବା ଆଶଙ୍କା କରି ପୋଲିସ ଅଧିକ ଖୋଳତାଡ଼ କରୁଛି। ଗିରଫ ଅଭିଯୁକ୍ତ ରାଜ୍ୟ ବାହାର ଲୋକ ଏବଂ ସକ୍ରିୟ ରହିଥିବା ଲୁଟେରା ଗ୍ୟାଙ୍ଗର ଜଣେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.