ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ମୁମ୍ବାଇରୁ ଝାରସୁଗୁଡାକୁ ଆରମ୍ଭ ହେଲା ବିମାନ ସେବା

0

ଭୁବନେଶ୍ବର: ଝାରସୁଗୁଡାବାସୀଙ୍କ ପାଇଁ ଖୁସି ଖବର। ଆକାଶପଥରେ ଯୋଡ଼ି ହେଲା ଝାରସୁଗୁଡ଼ାରୁ ମୁମ୍ବାଇ।ବହୁ ପ୍ରତିକ୍ଷୀତ ଝାରସୁଗୁଡା- ମୁମ୍ବାଇ ମଧ୍ୟରେ ବିମାନ ସେବା ଆଜିଠୁ ଆରମ୍ଭ ହୋଇଯାଇଛି। ସପ୍ତାହକୁ ସବୁଦିନ ଏହି ବିମାନ ଚଳାଚଳ କରିବ।

ମୁମ୍ବାଇ ବିମାନବନ୍ଦରରୁ ଦିନ ୧୦ଟା ୫୫ରେ ଇଣ୍ଡିଗୋ ବିମାନ ଉଡ଼ାଣ ଭରି ଝାରସୁଗୁଡ଼ାରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅପରାହ୍ନ ୧ଟାରେ ପହଞ୍ଚିଛି। ସେହିପରି ଝାରସୁଗୁଡ଼ାରୁ ଅପରାହ୍ନ ୨ଟାରେ ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୪ଟା ୧୫ରେ ମୁମ୍ବାଇରେ ପହଞ୍ଚିବ। ଇଣ୍ଡିଗୋର ଏୟାର ବସ୍-୩୨୦ ବିମାନ ଏହି ରୁଟ୍‌ରେ ଚଳାଚଳ କରିବ। ପ୍ରାୟ ୨୩୦ ଯାତ୍ରୀ ସୁବିଧାରେ ଯାତ୍ରା କରିପାରିବେ। ବିମାନସେବାକୁ ନେଇ ସମର ସିଡ୍ୟୁଲ୍ ପ୍ରକାଶ ପାଇ ନ ଥିବା ବେଳେ ଆଗକୁ ସମୟ ସାରଣୀରେ ପରିବର୍ତ୍ତନ ସମ୍ଭାବନା ରହିଛି। ପ୍ରଥମ ଦିନରେ ୧୮୦ ଜଣ ଯାତ୍ରୀ ବିମାନରେ ଯାତ୍ରା କରିଥିବା ବେଳେ ଝାରସୁଗୁଡା ୯୦ ଜଣ ଯାତ୍ରୀ ମୁମ୍ବାଇ ଯାଇଥିଲେ ଏବଂ ୯୦ ଜଣ ଯାତ୍ରୀ ମୁମ୍ବାଇରୁ ଝାରସୁଗୁଡାକୁ ଆସିଥିଲେ।

Leave A Reply

Your email address will not be published.