ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ରାଜଧାନୀ ଶ୍ରୀରାମ ନଗର ଏଟିଏମ ଲୁଟ୍ ଘଟଣାରେ ୬ ଗିରଫ

0

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ମାସରେ ଭୁବନେଶ୍ୱରର ଶ୍ରୀରାମ ନଗରରେ ହୋଇଥିବା ଏକ ଏଟିଏମ୍ ଲୁଟ ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ନଗଦ ଟଙ୍କା ସହ ପୂରା ମେସିନକୁ ନେଇ ଯାଇଥିଲେ।

ସୂଚନା ଅନୁଯାୟୀ, ଜାନୁଆରୀ ୨୪ ତାରିଖ ଭୋର ସମୟରେ ଶ୍ରୀ ଲିଙ୍ଗରାଜ ଥାନା ଅଧୀନସ୍ଥ ଶ୍ରୀରାମ ନଗରରେ ଥିବା ଏସବିଆଇ ଏଟିଏମରୁ କିଛି ଦୁର୍ବୃତ୍ତ ଚୋରି କରିଥିଲେ। ଅଭିଯୁକ୍ତମାନେ ନଗଦ ଟଙ୍କା ସହ ପୂରା ମେସିନକୁ ନେଇ ଯାଇଥିଲେ। ନଗଦ ଟଙ୍କା ସହିତ ଏଟିଏମ୍ ଉପକରଣର ମୂଲ୍ୟକୁ ମିଶାଇ ବ୍ୟାଙ୍କର ପ୍ରାୟ ମୋଟ କ୍ଷତି ୨୩,୪୭,୭୦୦ ଟଙ୍କା ହୋଇଥିବା ପୋଲିସ ସୁତ୍ରରୁ ପ୍ରକାଶ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦାଖଲ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ୬ ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ ଭିକି ଦେବୀପ୍ରସାଦ ମାଲିଆ (୨୯), ରମାକାନ୍ତ ସାହୁ (୨୦), ସାଗର ସାମଲ (୨୪), ବୀରେନ ରାଉତ (୨୦), ଆକାଶ ମହାପାତ୍ର (୨୭) ଏବଂ ଆକାଶ ମୁଖାର୍ଜୀ (୨୩)। ପୋଲିସ ଅଭିଯୁକ୍ତମାନଙ୍କଠାରୁ ଅନେକ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ଦୁଇଟି ମୋଟରସାଇକେଲ ସହ ୧,୬୦,୦୦୦ ଟଙ୍କା ନଗଦ, ହାତୁଡ଼ି, କ୍ଷତିଗ୍ରସ୍ତ ଏଟିଏମ୍ ମେସିନ୍ ଏବଂ ଅପରାଧରେ ବ୍ୟବହୃତ ଏକ ଚୋରି ଅଟୋରିକ୍ସା ଅନ୍ତର୍ଭୁକ୍ତ।

Leave A Reply

Your email address will not be published.