ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପାକିସ୍ତାନରେ ଟ୍ରେନ ହାଇଜାକ

0

୧୨୦ ଯାତ୍ରୀ ପଣବନ୍ଦୀ, ୬ ଯବାନଙ୍କୁ ହତ୍ୟା

ବେଲୁଚିସ୍ତାନ; ପାକିସ୍ତାନରେ ମଙ୍ଗଳବାର ଏକ ଟ୍ରେନ୍ ଅପହରଣ କରିଛନ୍ତି ଆତଙ୍କବାଦୀ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବେଲୁଚିସ୍ତାନର ମାଚ୍ ଅଞ୍ଚଳରେ କେତେକ ସଶସ୍ତ୍ର ବ୍ୟକ୍ତି କ୍ୱେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନ୍ ଉପରେ ଆକ୍ରମଣ ହାଇଜ୍ୟାକ୍‌ କରିଛନ୍ତି। କେବଳ ଏତିକି ନୁହେଁ, ବାଲୁଚ ସେନା ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ବନ୍ଧକ ରଖିଛି। ବାଲୁଚ ଲିବରେଶନ ଆର୍ମି ସୋସିଆଲ ମିଡିଆରେ ଟ୍ରେନ ଅପହରଣ ସମ୍ପର୍କରେ ସୂଚନା ଦେଇଛି। ଟ୍ରେନରେ ଯାତ୍ରା କରୁଥିବା ୧୨୦ ଜଣ ଯାତ୍ରୀଙ୍କୁ ପଣବନ୍ଦୀ ଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଅନେକ ସେନା ଅଧିକାରୀ ରହିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବେଲୁଚିସ୍ତାନ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ପାକିସ୍ତାନର ଜଣେ ସରକାରୀ ଅଧିକାରୀ ଶାହିଦ ରିନ୍ଦଙ୍କ କହିବା ଅନୁସାରେ, ପାକିସ୍ତାନର ଦକ୍ଷିଣ ପଶ୍ଚିମ ଅଞ୍ଚଳ ବୋଲନ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ଜାଫର ଏକ୍ସପ୍ରେସ ନାମକ ଟ୍ରେନଟି କ୍ବେଟାରୁ ପେଶାୱାର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଆଖିବୁଜା ଗୁଳିଚାଳନା କରିଥିଲେ ଆତଙ୍କବାଦୀ। ଫଳରେ ଲୋକୋପାଇଲଟ ଗୁରୁତର ହୋଇଥିଲେ। ଏହାପରେ ଏକ ମରୁଭୂମି ଅଞ୍ଚଳରେ ଟ୍ରେନଟି ଅଟକି ରହିଥିଲା। ସେହି ସମୟରେ ଆତଙ୍କୀମାନେ ଟ୍ରେନକୁ ହାଇଜାକ କରିବା ସହ ଯାତ୍ରୀଙ୍କୁ ପଣବନ୍ଦୀ କରିଛନ୍ତି । ପାହାଡ଼ ଘେରି ରହିଥିବା ଏକ ସୁଡ଼ଙ୍ଗ ନିକଟରେ ଟ୍ରେନଟି ଫସି ରହିଛି। ଏହି ଅଞ୍ଚଳଟି ଏକ ପାର୍ବତ୍ୟ ଅଞ୍ଚଳ ହୋଇଥିବାରୁ ଆତଙ୍କବାଦୀମାନଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଏଠାରେ ଆକ୍ରମଣ ଯୋଜନା କରିବା ସେମାନଙ୍କ ପାଇଁ ସହଜ ହୋଇଥାଏ। ଏହି ଅପହରଣ ପାଇଁ ନିଜକୁ ଦାୟୀ କରିବା ସହ ୬ ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିବା ଦାବି କରିଛି ବାଲୁଚ ଲିବରେସନ ଆର୍ମି।

Leave A Reply

Your email address will not be published.