ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ପୁରୀ ଶ୍ଵେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ

0

ଭୁବନେଶ୍ବର: ଓଲିଉଡ୍ ଅଭିନତା ବାବୁସାନ୍ ମହାନ୍ତି ଆଜି ସକାଳେ ପୁରୀ ଯାଇ ଶ୍ଵେତଗଙ୍ଗା ପୁଷ୍କରିଣୀରେ ବାପା ଉତ୍ତମ ମହାନ୍ତିଙ୍କୁ ଶ୍ରାଦ୍ଧ ପ୍ରଦାନ ସହ ଅସ୍ଥି ବିସର୍ଜନ କରିଛନ୍ତି। ତାଙ୍କ ସହ ପତ୍ନୀ ତୃପ୍ତି ମଧ୍ୟ ଉପସ୍ଥିତ ଅଛନ୍ତି।

ସୂଚନା ଅନୁସାରେ ଗତ ଫେବୃଆରୀ ୨୭ ତାରିଖରେ ଗୁରୁଗାଓଁ ର ମେଦାନ୍ତ ହସ୍ପିଟାଲରେ ଉତ୍ତମ ମହାନ୍ତିଙ୍କର ପରଲୋକ ଘଟିଥିଲା। ସତ୍ୟନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ରବିବାର ଦିନ ନୟାପଲ୍ଲୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ନିର୍ମଳଧୀର ତୁଠରେ ଦଶାହ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୁଅ ବାବୁସାନଙ୍କ ସମେତ ପରିବାର ସଦସ୍ୟ, ସମ୍ପର୍କୀୟମାନେ ସାମିଲ ହୋଇଥିଲେ।

ଗତ ସୋମବାର ଭୁବନେଶ୍ଵରରେ ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏଥିରେ ବହୁ କଳାକାର ଏବଂ ସିନେପ୍ରେମୀ ଯୋଗ ଦେଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଆଜି ପୁଅ ବାବୁସାନ୍ ପୁରୀ ଶ୍ଵେତଗଙ୍ଗାରେ ଅସ୍ଥି ବିସର୍ଜନ କରିଛନ୍ତି।

Leave A Reply

Your email address will not be published.