ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଓଜେଏସ୍-୨୦୨୩ର ଟପ୍ପର ସୋମେଶ ରଣବିଜୁଳି ଟପ୍ପର

0

ଭୁବନେଶ୍ବର: ଓଡ଼ିଶା ଜୁଡିସିଆଲ ସର୍ଭିସ ୨୦୨୩ ପରୀକ୍ଷା ଫଳ ପ୍ରକାଶିତ। ଗୁରୁବାର ପ୍ରକାଶ ପାଇଛି ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା (ଓଜେଏସ-୨୦୨୩) ରେଜଲ୍ଟ। ୩୩ ଜଣ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ। ୩୩ ଜଣଙ୍କ ମଧ୍ୟରେ ଅଛନ୍ତି ୨୪ ଜଣ ମହିଳା। ରାଜ୍ୟରେ ସିଭିଲ ଜଜ୍ ଭାବେ ନିଯୁକ୍ତି ହେବେ ଏହି ୩୩ ଜଣ।

ଏଥିରେ ଓଜେଏସ-୨୦୨୩ ପରୀକ୍ଷାରେ ଟପ୍ପର ହୋଇଛନ୍ତି ସୋମେଶ ରଣବିଜୁଳି। ଏନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ତାଲିକାରେ ଅରୁଣିମା ପତି ଦ୍ୱିତୀୟ ଏବଂ ପାଏଲ ଅତ୍ତା ତୃତୀୟ ସ୍ଥାନରେ ରହିଥିବା ସୂଚନା ମିଳିଛି। ସମ୍ପର୍କିତ ପ୍ରାର୍ଥୀମାନଙ୍କୁ ବିବରଣୀ ପାଇଁ କମିସନର ୱେବସାଇଟ୍ (www.opsc.gov.in) ପରିଦର୍ଶନ କରିବାକୁ ଓପିଏସସି ଦ୍ବାରା ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.