ପ୍ରମୁଖ ଖବର

୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଜେଏସ୍-୨୦୨୩ର ଟପ୍ପର ସୋମେଶ ରଣବିଜୁଳି ଟପ୍ପର

0

ଭୁବନେଶ୍ବର: ଓଡ଼ିଶା ଜୁଡିସିଆଲ ସର୍ଭିସ ୨୦୨୩ ପରୀକ୍ଷା ଫଳ ପ୍ରକାଶିତ। ଗୁରୁବାର ପ୍ରକାଶ ପାଇଛି ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା (ଓଜେଏସ-୨୦୨୩) ରେଜଲ୍ଟ। ୩୩ ଜଣ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ। ୩୩ ଜଣଙ୍କ ମଧ୍ୟରେ ଅଛନ୍ତି ୨୪ ଜଣ ମହିଳା। ରାଜ୍ୟରେ ସିଭିଲ ଜଜ୍ ଭାବେ ନିଯୁକ୍ତି ହେବେ ଏହି ୩୩ ଜଣ।

ଏଥିରେ ଓଜେଏସ-୨୦୨୩ ପରୀକ୍ଷାରେ ଟପ୍ପର ହୋଇଛନ୍ତି ସୋମେଶ ରଣବିଜୁଳି। ଏନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ତାଲିକାରେ ଅରୁଣିମା ପତି ଦ୍ୱିତୀୟ ଏବଂ ପାଏଲ ଅତ୍ତା ତୃତୀୟ ସ୍ଥାନରେ ରହିଥିବା ସୂଚନା ମିଳିଛି। ସମ୍ପର୍କିତ ପ୍ରାର୍ଥୀମାନଙ୍କୁ ବିବରଣୀ ପାଇଁ କମିସନର ୱେବସାଇଟ୍ (www.opsc.gov.in) ପରିଦର୍ଶନ କରିବାକୁ ଓପିଏସସି ଦ୍ବାରା ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.