ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ହୀରାକୁଦ ପାୱାର ଚାନେଲରେ ବୁଡି ଭିସୁଟ୍ ଛାତ୍ର ମୃତ

0

ବୁର୍ଲା: ସମ୍ବଲପୁର ଜିଲ୍ଲାର ବୁର୍ଲା ଥାନା ଅନ୍ତର୍ଗତ ଅଠର ହଜାରରେ ଥିବା ହୀରାକୁଦ ଡ୍ୟାମର ପାୱାର ଚାନେଲରେ ବୁଡ଼ି ବୀର ସୁରେନ୍ଦ୍ର ସାଏ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ଜଣେ ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଢେଙ୍କାନାଳର ପ୍ରିୟାଂଶୁ ପ୍ରକାଶ ବେହେରା (୧୯) ବୋଲି ଚିହ୍ନଟ କରାଯାଇଛି। ସେ ଭିସୁଟରେ ସିଭିଲ୍ ଇଞ୍ଜିନିୟରିଂ କରୁଥିଲେ।

ସୂଚନା ଅନୁଯାୟୀ, ଆଜି ସକାଳେ ବିଶ୍ୱବିଦ୍ୟାଳୟରେ ହୋଲି ଖେଳିବା ପରେ ପ୍ରିୟାଂଶୁ ଅନ୍ୟ ଛାତ୍ରମାନଙ୍କ ସହିତ ଗାଧୋଇବା ପାଇଁ ହୀରାକୁଦ ଡ୍ୟାମର ପାୱାର ଚାନେଲକୁ ଯାଇଥିଲେ। ସେ ନିୟନ୍ତ୍ରଣ ହରାଇ ଗଭୀର ପାଣି ଆଡକୁ ଭାସିବାକୁ ଲାଗିଥିଲେ। ପରେ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ଭିମସାରକୁ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.